-
ଧାର୍ଯ୍ୟ ସମୟ ସୀମା ମଧ୍ୟରେ ପ୍ରମାଣ ପତ୍ର ପ୍ରଦାନ ପାଇଁ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ
କୈଳାଶ ଚନ୍ଦ୍ର ପଣ୍ଡା,ପୁରୀ
ରାଜ୍ୟ ସରକାର ମୋ ସରକାର ଓ ୫ ଟି ର ନାରା ଦେଇ ଜନସାଧାରଣ ଙ୍କ ପାଇ ସରକାରୀ କାର୍ଯ୍ୟାଳୟ ରେ ବ୍ୟବସ୍ଥା ସରଳୀକରଣ କରୁଥିବା ବେଳେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଛି ପୁରୀ ତହସିଲ କାର୍ଯ୍ୟାଳୟ ରେ। ପୁରୀ ତହସିଲ କାର୍ଯ୍ୟାଳୟ ରେ ବିଭିନ୍ନ ପ୍ରମାଣ ପତ୍ର ପାଈଁ ଆସୁଥିବା ଆବେଦନ ପତ୍ର ଦୀର୍ଘ ମାସ ମାସ ଧରି ପଡ଼ିରହୁଛି। ସରକାର ନିର୍ଦ୍ଧିଷ୍ଟ ସମୟ ସୀମା ଧାର୍ଯ୍ୟ କରିଥିଲେ ବି ପୁରୀ ତହସିଲ କାର୍ଯ୍ୟାଳୟ ରେ ଏହାକୁ ଖୁଲାମ୍ ଖୁଲା ଉଲ୍ଲଂଘନ କରାଯାଉଛି, ଯାହା ଫଳ ରେ ସାଧାରଣ ଜନତା ନାହିଁ ନଥିବା ହଇରାଣ ହେଉଛନ୍ତି ଓ ଅନେକ ଛାତ୍ରଛାତ୍ରୀ ପାଠ ପଢା ଓ ଚାକିରି କ୍ଷେତ୍ର ରେ ପ୍ରମାଣ ପତ୍ର ଦାଖଲ କରିବାରେ ହଇରାଣ ମଧ୍ୟ ହେଉଛନ୍ତି। ଏହି ତଥ୍ୟ ତହସିଲ ଦାର ଙ୍କୁ ଜଣେଇଲେ ମଧ୍ୟ କୌଣସି ଫଳ ମିଳୁନଥିବାରୁ ସାଧାରଣ ରେ ଅସନ୍ତୋଷ ପ୍ରକାଶ ପାଇଛି। ଏହି ସମସ୍ୟା କୁ କୁ ନେଇ ପୁରୀ ର ଯୁବ ସାମାଜିକ କର୍ମୀ ତଥା Association of Twitter Activists ର ପ୍ରତିଷ୍ଠାତା ସଦସ୍ୟ ସତ୍ୟନାରୟଣ ସାହୁ ଏବଂ ଦେବରାଜ ଦାସ ମାନନୀୟ ଜିଲ୍ଲାପାଳ ସମର୍ଥ ବର୍ମା ଙ୍କୁ ସାକ୍ଷାତ କରି ଆଲୋଚନା କରିବା ସହ କିପରି ସମସ୍ତ ପ୍ରମାଣ ପତ୍ର ଧାର୍ଯ୍ୟ ସମୟ ସୀମା ମଧ୍ୟରେ ମିଳିପାରିବ,ସେ ଦିଗରେ ତହସିଲଦାରଙ୍କୁ ନିର୍ଦ୍ଧେଶ ଦେବା ପାଇଁ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି । ଆଗାମୀ ଦିନରେ ଏହି ସମସ୍ୟା ପ୍ରତି ଦୃଷ୍ଟି ଦେବା ସହ ଲୋକମାନେ କିପରି ସୁବିଧା ରେ ପ୍ରମାଣ ପତ୍ର ପାଇବେ ସେ ବିଷୟରେ ଧ୍ୟାନ ଦେବେ ବୋଲି ଜିଲ୍ଲାପାଳ ଶ୍ରୀ ବର୍ମା ପ୍ରତିଶ୍ରୁତି ଦେଇଛନ୍ତି।