
କୈଳାଶ ଚନ୍ଦ୍ର ପଣ୍ଡା,ପୁରୀ
ପୁରୀକୁ ଐତିହ୍ୟ ସହର କରିବାକୁ ସରକାର ସ୍ଵପ୍ନ ଦେଖୁଥିବା ବେଳେ ପୁରୀ ପୌରପାଳିକା ୩୧ ନଂ ୱାର୍ଡର ତିନୋଟି ବସ୍ତି ଯଥା ହରଚଣ୍ଡି, ତାରିଣୀ ଓ ବିଜୁ ନଗର ବସ୍ତି ର ବାସିନ୍ଦା ମାନେ ପାଉନାହାନ୍ତି ମୌଳିକ ସୁବିଧା। ଦୀର୍ଘ ୨୦ ବର୍ଷ ହେବ ବସ ବାସ୍ କରୁଥିଲେ ବି ଆଜି ଯାଏ ଏ ବସ୍ତି ରେ ପୌରପାଳିକା ଦ୍ଵାରା ଗୋଟିଏ ବି ଷ୍ଟ୍ରିଟି ଲାଇଟି ଲଗାଯାଇ ନାହିଁ। ଯାହା ଫଳରେ ବାସିନ୍ଦା ନାହିଁ ନଥିବା ହଇରାଣ ହେଉଥିବା ବେଳେ କିଛି ଦିନ ତଳେ ସାପ କାମୁଡ଼ା ରେ ଗୋଟେ ଛୋଟ ପିଲା ର ମୃତ୍ୟ ମଧ୍ୟ ହୋଇଛି। ଏହି ସମସ୍ୟା କୁ ନେଇ ଏହି ତିନି ବସ୍ତି ର ବୈକୁଣ୍ଠ ନାୟକ, ବିଜୟ ନାୟକ ଙ୍କ ସମେତ ପ୍ରାୟ ୨୦ ଜଣ ବାସିନ୍ଦା Association of Twitter Activists ର ସଦସ୍ୟ ବିସ୍ମୟ ମିଶ୍ର ଙ୍କ ସହଯୋଗ ରେ ମାନନୀୟ ଜିଲ୍ଲାପାଳ ସମର୍ଥ ବର୍ମା ଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିଛନ୍ତି। ମାନନୀୟ ଜିଲ୍ଲାପାଳ ଶ୍ରୀ ବର୍ମା ଦାବିପତ୍ର ଗ୍ରହଣ କରି ସାତ ଦିନ ଭିତରେ କାର୍ଯ୍ୟ କରିବାର ପ୍ରତିଶ୍ରୁତି ପ୍ରଦାନ କରିଚନ୍ତି।