
ଭୁବନେଶ୍ୱର , ଏଥର ପଂଚାୟତ ପୁନର୍ଗଠନ ହେବନାହିଁ ବୋଲି କହିଛନ୍ତି ପଂଚାୟତିରାଜ ମନ୍ତ୍ରୀ ପ୍ରତାପ ଜେନା । ପଂଚାୟତ ନିର୍ବାଚନ ପାଇଁ ରାଜ୍ୟ ସରକାର ସଂପୂର୍ଣ୍ଣ ପ୍ରସ୍ତୁତ । ଆସନ୍ତାବର୍ଷ ଫେବ୍ରୁଆରୀ ମାସରେ ପଂଚାୟତ କାର୍ଯ୍ୟକାଳ ସରିବ । ନିର୍ବାଚନରେ ସଂରକ୍ଷଣ ନେଇ ବିଧାନସଭାରେ ସଂଶୋଧନ ପ୍ରସ୍ତାବ ଅଣାଯିବ । ଏ ନେଇ ରାଜ୍ୟ ସରକାର ପ୍ରକ୍ରିୟା ଆରମ୍ଭ କରିଛନ୍ତି । ଏଥର ନିର୍ବାଚନରେ ୫୦ ପ୍ରତିଶତ ସଂରକ୍ଷିତ ରହିବ । ଓବିସି ସଂରକ୍ଷଣ ନେଇ କେନ୍ଦ୍ର ସରକାରଙ୍କ ନିକଟରେ ଦାବି କରିଥିଲା ବିଜେଡି । ବାରମ୍ବାର ଦାବି ସତ୍ୱେ ପଛୁଆବର୍ଗଙ୍କ ପାଇଁ ସଂରକ୍ଷଣ ନେଇ କେନ୍ଦ୍ର କୌଣସି ପଦକ୍ଷେପ ନେଉନାହିଁ । ଜାତିଭିତିକ ଜନଗଣନା ନେଇ ବି କିଛି ନିଷ୍ପତି ନେଉନି କେନ୍ଦ୍ର । ଏଥିପାଇଁ ଯାହା ବ୍ୟବସ୍ଥା ଦରକାର, ତାହା ବିଧାନସଭାରେ ନିଷ୍ପତି ନିଆଯିବ ବୋଲି ସେ କହିଛନ୍ତି ।