
ମାଲକାନଗିରି, ମାଲକାନଗିରି ଜିଲ୍ଲା ଆଇନସେବା ପ୍ରାଧି କରଣ ଦ୍ଵାରା ଜିଲ୍ଲା ସ୍ତରୀୟ ଇ – ଆଇନଗତ ସାକ୍ଷରତା ଉତ୍ସବ ଉପଲକ୍ଷେ ଜିଲ୍ଲା ସ୍ତରୀୟ ଏକାଙ୍କିକା , ପ୍ରବନ୍ଧ ଓ ଚିତ୍ରାଙ୍କନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଅଛି । ଜିଲ୍ଲା ଆଇନସେବା ପ୍ରାଧିକରଣ ଅଧକ୍ଷ ତଥା ଜିଲ୍ଲା ଜର୍ଜ କୁମାରି ରେଖା ପ୍ରସାଦଙ୍କ ତତ୍ୱାବଧାନରେ ମାଲକାନଗିରିରେ ଅନଲାଇନ ମାଧ୍ୟମରେ ଏକାଙ୍କିକା , ପ୍ରବନ୍ଧ ଓ ଚିତ୍ରାଙ୍କନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟ କ୍ରମରେ ଜିଲ୍ଲାରେ ଥିବା ପ୍ରାୟ ୧୬ ଗୋଟି ସରକାରୀ ଓ ବେସରକାରୀ ଉଚ୍ଚ ବିଦ୍ୟାଳୟର ଛାତ୍ର ଛାତ୍ରୀମାନେ ପ୍ରତିଯୋଗିତା ମାନଙ୍କରେ ଭାଗ ନେଇଥିଲେ । ଉକ୍ତ କାର୍ଯ୍ୟକ୍ରମରେ ଶିକ୍ଷା ଅଧି କାର , ଟ୍ରାଫିକ୍ ନିୟମ ଏବଂ ସଡକ ସୁରକ୍ଷା , ତମାଖୁ ବର୍ଜନ ଆଦି ଗୁରୁତ୍ୱପୂର୍ଣ୍ଣ ବିଷୟକୁ ନେଇ ଇ ପ୍ରବନ୍ଧ,ଚିତ୍ରାଙ୍କନ ଓ ଏକାଙ୍କିକା ପ୍ରତିଯୋଗିତା ଇତ୍ୟାଦି ଅନୁଷ୍ଠିତ କରାଯାଇଥିଲା । ଏକାଙ୍କିକା ପ୍ରତିଯୋଗିତାରେ ସରକାରୀ ଉଚ୍ଚ ବିଦ୍ୟାଳୟ , ବାଲିମେଳାର ଛାତ୍ର ଛାତ୍ରୀ ପ୍ରଥମ ସ୍ଥାନ ଅଧି କାର କରିଥିଲେ ଏବଂ ସରକାରୀ ( ଏସ ଏସ ଡି ) ଉଚ୍ଚ ବିଦ୍ୟାଳୟ ଗମ୍ଫାକୋଣ୍ଡାର ଛାତ୍ର ଛାତ୍ରୀ ଦ୍ବିତୀୟ ସ୍ଥାନ ଅଧି କାର କରିଥିଲେ । ସେହିପରି ପ୍ରବନ୍ଧରେ ପ୍ରସନ୍ନ କୁମାର ପାଢୀ ପ୍ରଥମ ଓ ଶାଳିନୀ ସାଲବମ ଦ୍ବିତୀୟ ସ୍ଥାନ ଅଧିକାର କରିଥିଲେ! ସେହିପରି ଚିତ୍ରାଙ୍କନରେ ଅଙ୍କିତ କୁମାର ସାହୁ ପ୍ରଥମ ଏବଂ ଶ୍ରଦ୍ଧାରାଣି ପୂଜାରୀ ଦ୍ବିତୀୟ ସ୍ଥାନ ଅଧି କାର କରିଥିଲେ । ପ୍ରତ୍ୟେକ ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ଅଧି କାର କରିଥିବା ପ୍ରତିଯୋଗୀମାନେ ଜୋନାଲ ସ୍ତରୀୟ ପ୍ରତିଯୋଗିତା ଯାହାକି ଗଞ୍ଜାମ ଠାରେ ଅନୁଷ୍ଠିତ ହେବ ସେଠାରେ ଭାଗ ନେବେ ବୋଲି ଜିଲ୍ଲା ଆଇନ ସେବା ପ୍ରାଧିକ ରଣର ସଚିବ ରାକେଶ କୁମାର ମୁଦୁଲି ପ୍ରକାଶ କରିଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ମାଲକାନଗିରି ମୁଖ୍ୟ ବିଚାର ବିଭାଗୀୟ ଦଣ୍ଡାକରି ବିଶ୍ଵ ରଞ୍ଜନ ବେହେରା , ବରିଷ୍ଠ ଦେୱାନି ବିଚାରପତି କମଳାକାନ୍ତ ରାଉତ , ଜିଲ୍ଲା ଶିକ୍ଷା ଅଧୁକାରୀ ମାନସ ରଞ୍ଜନ ଜେନା , ଅଧ୍ୟାପକ ଡ ରଞ୍ଜନ. କୁମାର ସ୍ବାଇଁ ଏବଂ ପେଡା କୋଣ୍ଡାର ଶିକ୍ଷକ ଏସ.କେ.ଜିଲାନି ଆଦି ଖଣ୍ଡପୀଠ ଉକ୍ତ ପ୍ରତିଯୋଗୀତାରେ ଯୋଗ ଦେଇ ମୂଲ୍ୟ ନିର୍ଦ୍ଧାରଣ କରିଥିଲେ ।