ମାଲକାନଗିରି, ସରକାରଙ୍କ ନିର୍ଦ୍ଧେଶ କ୍ରମେ ଖରିଫ ଧାନ ବିକ୍ରି ନିମନ୍ତେ ଚାଷୀ ପଞ୍ଜିକରଣ କାର୍ଯ୍ୟ ଚାଲିଥିବା ବେଳେ ଆଦିବାସୀ ବହୁଳ ମାଲକାନଗିରି ଜିଲ୍ଲା କାଲିମେଳା ଲ୍ୟାମ୍ପ ରେ ମଣ୍ଡିକାର୍ଡ ହାତେଇବା ପାଇଁ ଭୁଲ ତଥ୍ୟ ଓ ଜାଲପଟ୍ଟା ଦାଖଲ କରି ୩ ଜଣ ନକଲି ଚାଷୀ ଲ୍ୟାମ୍ପ ଦ୍ବାରା ଧରାପଡିଥିବା ସୂଚନା ମିଳିଛି ।ଘଟଣାରୁ ପ୍ରକାଶ ଯେ ଚାଷି ମାନେ ଧାନ ବିକ୍ରି ପାଇଁ ଲ୍ୟାମ୍ପ ରେ ସମସ୍ତ ଆବଶ୍ୟକୀୟ ପ୍ରମାଣ ପତ୍ର ସହ ଫର୍ମ ଦାଖଲ କରିଥିଲେ ଦାଖଲ ହୋଇଥିବା ପ୍ରମାଣପତ୍ର ଗୁଡିକ ଯାଞ୍ଚ କରାଯାଇଥିଲା। ଏହି ଯାଞ୍ଚ ସମୟରେ ଗୁମୁକା ପଞ୍ଚାୟତ ଏମପିଭି-୧୦ ଗ୍ରାମର ସୁରେନ୍ଦ୍ର ରାୟ ଙ୍କ ପତ୍ନୀ ପ୍ରମିଳା ରାୟ ଧାନମଣ୍ଡି ପାଇଁ ଖାତା ନଂ ୧୬୬ ପ୍ଲଟ ନଂ-୩୮ପ୍ରାୟ ୨ ଏକର ୬୫ ଏରିଆ ଥିବା ପଟ୍ଟା ଦାଖଲ କରିଥିଲେ ।ତେବେ ଏହାକୁ ରାଜସ୍ବ ନିରୀକ୍ଷକ ଏବଂ ଭିଏଡ଼ବ୍ଲୁ ଗ୍ରାମକୁ ଯାଇ ଯାଞ୍ଚ କରିବା ପରେ ଉକ୍ତ ସ୍ଥାନରେ ନୀଳଗିରି ଗଛ ଲାଗିଥିବା ଦେଖିବାକୁ ପା ଇଥିଲେ ।ପ୍ରମିଳା ନିଜ ଜମିରେ ନୀଳଗିରି ଗଛ ଲଗାଇ ସେହି ପ୍ଲଟ ରେ ଧାନଚାଷ ହୋଇଥିବା ନେଇ ମଣ୍ଡି କାର୍ଡ ପାଇଁ ଆବେଦନ କରିଥିବାର ଜଣାପଡିଛି । ସେହିପରି ନାଲାଗୁଣ୍ଠି ପଞ୍ଚାୟତ ଇଦି କୋଣ୍ଡା ଗ୍ରାମର ଭଙ୍ଗା ମାଡକାମି ର ପୁଅ ପଦିଆ ମାଡକାମି ନିଜ ନାମରେ ମଣ୍ଡିକାର୍ଡ ପାଇଁ ସେହି ଗ୍ରାମର ଅନ୍ୟ ଜଣେ ବ୍ୟକ୍ତିର ପଟ୍ଟା କୁ ଚଞ୍ଚକତା କରି ଲ୍ୟାମ୍ପରେ ଦାଖଲ କରିଥିବା ଲ୍ୟାମ୍ପ ପକ୍ଷରୁ ଚିହ୍ନଟ କରାଯା ଇଛି ।ପଦିଆ ନିଜ ଫର୍ମରେ ଖାତା ନଂ ୫ ପ୍ଲଟ ନଂ ୫୩୫ ଥିବା ପଟ୍ଟା ଦାଖଲ କରିଥିବା ବେଳେ ଏହାଯାଞ୍ଚ ସମୟରେ ଉକ୍ତ ପଟ୍ଟା ଟି ଇଦିକୋଣ୍ଡା ଗ୍ରାମର ଆଡ଼ ମା ମାଡକାମି ନାମରେ ରହିଥିବା ଜଣାପଡିଥିଲା ।
ପଟ୍ଟାରେ ଥିବା ଆଡ଼ ମାର ନାମକୁ କମ୍ପ୍ୟୁଟର ଦ୍ବାରା ଜାଲ କରି ମଣ୍ଡିକାର୍ଡ ହାତେଇବାକୁ ବସିଥିଲା ।ଅନ୍ୟ ଜଣେ ସେହି ଇଦିକୋଣ୍ଡା ଗ୍ରାମର ଆନ୍ଦା ସୋଡି ଙ୍କ ପୁଅ ଭୀମା ସୋଡି ନିଜ ନାମରେ ଅନ୍ୟ ଜଣଙ୍କ ପଟ୍ଟା ଦାଖଲ କରି ମଣ୍ଡିକାର୍ଡ ପାଇଁ ହାତେଇଥିବା ବେଳେ ତାଙ୍କୁ ମଧ୍ୟ ଚିହ୍ନଟ କରାଯାଇଛି ।ଭୀମା ସେହି ଗ୍ରାମର ଲକ୍ଷ୍ମା ସୋଡି ଙ୍କର ଥିବା ଖାତା ନଂ ୭୭ ପ୍ଲଟ ନଂ ୪୧୬,୪୧୭,୪୨୨,୪୩୦ କୁ ଭୀମା ଚଞ୍ଚକତା କରି ଜମିପଟ୍ଟାରେ ଥିବା ନାମକୁ ବଦଳାଇ ନିଜ ବାପା ଆନ୍ଦା ସୋଡି ନାମରେ ନକଲି ପଟ୍ଟା ତିଆରି କରି ଦାଖଲ କରିଥିବା ଯାଞ୍ଚ ରୁ ଜଣାପଡିଥିଲା । ଏ ନେଇ କାଲିମେଳା ତହସିଲଦାର ମଧ୍ୟ ଦାଖଲ ହୋଇଥିବା ପଟ୍ଟା ଗୁଡିକ ନକଲି ବୋଲି ଚିହ୍ନଟ କରି ଲ୍ୟାମ୍ପକୁ ଜଣାଇଛନ୍ତି।ତେବେ କାଲିମେଳା ଲ୍ୟାମ୍ପ ରେ ଚାଷୀ ମାନେ ଧାନବିକ୍ରି କରିବା କଥା କିଛି ନୂଆ ନୁହେଁ ପ୍ରତିବର୍ଷ ଭଳି ନକଲିଚା ଷୀ ଓ ଦଲାଲ ମାନେ ଧାନ ବିକ୍ରି କରୁଥିବା ବେଳେ ପ୍ରକୃତ ଚାଷୀ ମାନେ ଧାନବିକ୍ରି କରିବାରୁ ବଞ୍ଚିତ ହେଉଛନ୍ତି।ତେବେ ବର୍ତମାନ ଫର୍ମ ଯାଞ୍ଚ ସମୟରୁ ୩ ନକଲି ଚାଷି ଧରାପଡିବା ପରେ କାଲିମେଳା ଲ୍ୟାମ୍ପ ପାଇଁ ଚିନ୍ତାର ବିଷୟ ହୋଇଛି ।ଏ ନେଇ ଲ୍ୟାମ୍ପ ପରିଚାଳକ ଚନ୍ଦନ କୁମାର ମାଦଳା ଙ୍କୁ ପଚାରିବାରୁ ୩ ଜଣ ନକଲି ଚାଷି ବାହାରିଥିବା ସୁଚନା ଦେବା ସହ ଏହି ୩ଜଣ ଭୁଲ ତଥ୍ୟ ଦେଇଥିବାରୁ ଏମାନଙ୍କ ନାମରେ କାଲିମେଳା ଥାନାରେ ମାମଲା ରୁଜୁ କରାଯିବା ସହ ଅନ୍ୟାନ୍ୟ ଫର୍ମ ଯାଞ୍ଚ ଚାଲିଥିବା ସୂଚନା ଦେଇଛନ୍ତି।