ଭୁବନେଶ୍ୱର: ଇଣ୍ଡସ୍ଇଣ୍ଡ୍ ବ୍ୟାଙ୍କ ପକ୍ଷରୁ ୨୦୧୬ରେ ପାରା କ୍ରୀଡ଼ାବିତଙ୍କ ପାଇଁ ଜିତ୍ କା ହଲ୍ଲା ଅଭିଯାନ ଆରମ୍ଭ କରାଯାଇଥିଲା । ପାରା କ୍ରୀଡ଼ାବିତମାନଙ୍କ ଅବଦାନକୁ ଜାତୀୟ ସ୍ତରରେ ଉପସ୍ଥାପନ କରିବା ଥିଲା ଏହାର ମୂଳ ଉଦ୍ଦେଶ୍ୟ । ଇଣ୍ଡସ୍ଇଣ୍ଡ୍ ବ୍ୟାଙ୍କ ପକ୍ଷରୁ ଗୋ ସ୍ପୋର୍ଟ୍ସ ଫାଉଣ୍ଡେସନ୍ ସହଯୋଗରେ ପାରା କ୍ରୀଡ଼ାବିତମାନେ ବିଭିନ୍ନ କ୍ରୀଡ଼ା ଶୃଙ୍ଖଳାରେ ହାସଲ କରୁଥିବା ସଫଳତାକୁ ପାଳନ କରିବା ଲାଗି ଆଜି ଏହି ଅଭିଯାନ ଆରମ୍ଭ କରାଯାଇଛି । ଆନ୍ତର୍ଜାତିକ ଦୃଶ୍ୟପଟ୍ଟରେ ଭଲ ପ୍ରଦର୍ଶନ କରିବା ଲାଗି ପାରା କ୍ରୀଡ଼ାବିତମାନେ ବର୍ଷ ତମାମ୍ ଯେଉଁ କଠିନ ପ୍ରସ୍ତୁତି କରୁଥିଲେ ତାହାକୁ ପ୍ରଦର୍ଶନ କରାଯିବ ।
ଏହି ଅଭିଯାନର ଅଂଶସ୍ୱରୂପ ବ୍ୟାଙ୍କ ପକ୍ଷରୁ ଏକ ହୃଦୟସ୍ପର୍ଶୀ ଗୀତ ଉନ୍ମୋଚନ କରାଯାଇଛି ଯାହାଦ୍ୱାରା କ୍ରୀଡ଼ାବିତମାନଙ୍କ ସଂକଳ୍ପକୁ ପ୍ରଦର୍ଶିତ କରାଯାଇଛି । ଅଙ୍କୁର ସୁମନ, ପାର୍ଟନର୍ ଆଣ୍ଡ୍ ଏକ୍ଜିକ୍ୟୁଟିଭ୍ କ୍ରିଏଟିଭ୍ ଡାଇରେକ୍ଟର୍, ଆର୍ କେ ସ୍ୱାମୀ ବିବିଡିଓ, ଦ୍ୱାରା ପରିକଳ୍ପନା କରାଯାଇଥିବା ବେଳେ ଫିଲ୍ମସ୍ ରାଜେନ୍ଦ୍ର ପକ୍ଷରୁ ଏହାକୁ ପ୍ରସ୍ତୁତ କରାଯାଇଛି ଏବଂ ଯୋଗେଶ ଅଗ୍ରୱାଲ୍ ଏହାର ନିର୍ଦ୍ଦେଶନା ଦେଇଛନ୍ତି । ପାରା ଚାମ୍ପିଆନ୍ସିପ୍ ପାଇଁ କ୍ରୀଡ଼ାବିତଙ୍କୁ ସହଯୋଗ ପ୍ରଦାନ କରିବା ଲାଗି ପ୍ରତିଟି ଭାରତୀୟଙ୍କୁ ଉତ୍ସାହିତ କରିବା ଲାଗି ଅନୁପ୍ରାଣିତ କରିବା ପାଇଁ ଏହା ଜରିଆରେ ଲକ୍ଷ୍ୟ ରଖାଯାଇଛି ।
ଶ୍ରୀଯୁକ୍ତ ସୌମିତ୍ର ସେନ୍, ମୁଖ୍ୟ-କଂଜ୍ୟୁମର୍ ବ୍ୟାଙ୍କ, ଇଣ୍ଡସ୍ଇଣ୍ଡ୍ ବ୍ୟାଙ୍କ କହିଛନ୍ତି ଯେ, “୨୦୧୬ରେ ଜିତ୍ କା ହଲ୍ଲାର ଉଲ୍ଲେଖନୀୟ ସଫଳତା ଯୋଗୁଁ ଆମେ ଏହାକୁ ଏଭଳି ଭାବେ ସମୃଦ୍ଧ କରିଛୁ ଯାହା ବ୍ୟାଙ୍କର ପାରା କ୍ରୀଡ଼ାରେ ରହିଥିବା ବିଶ୍ୱାସ ଶକ୍ତିକୁ ପ୍ରମାଣିତ କରିବ । ସେହି ଭାବନାକୁ ନଜରରେ ରଖି ଆମେ ଏହି ଅଭିଯାନକୁ ଉନ୍ମୋଚନ କରି ଗର୍ବିତ ଯାହା ଜିତ୍ କା ହଲ୍ଲାର ଭାବକୁ ବଜାୟ ରଖିଛି ଏବଂ ଆଗକୁ ବଢ଼ି ଆନ୍ତର୍ଜାତିକ ମଞ୍ଚରେ ଆମ ପାରା-କ୍ରୀଡ଼ାବିତମାନଙ୍କ ଦୃଢ଼ତା, ସଂକଳ୍ପ ଓ ସହନଶୀଳତାକୁ ପ୍ରତିଫଳିତ କରୁଛି । ଏହି ଅଭିଯାନ ପାରା-କ୍ରୀଡ଼ାବିତଙ୍କ ପାଇଁ ଆମର ନିରନ୍ତର ପ୍ରତିବଦ୍ଧତାକୁ ଦର୍ଶାଉଛି ଏବଂ ଆମେ କିଭଳି ଆମ ନିଜ ଉପାୟରେ ସମାଜିକ ଜୀବନରେ ଭିନ୍ନତା ଆଣିପାରିବା ତାହା ଉପରେ ଆଲୋକପାତ କରୁଛି ଏବଂ ସେହି ସମୟରେ ଆମେ ଜୀବନର ପ୍ରତିଟି ପାହାଚରେ ସହଯୋଗୀ ହେବାର ଆମ ମୂଳ ମିସନ ଉପରେ ଗୁରୁତ୍ୱାରୋପ କରୁଛି ।’’