
କୈଳାଶ ଚନ୍ଦ୍ର ପଣ୍ଡା,ପୁରୀ
ବିଜୁ ଜନତା ଦଳର ସଭାପତି ତଥା ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଲୋକଙ୍କ ପ୍ରତି ଥିବା କର୍ତ୍ତବ୍ୟନିଷ୍ଠ ଓ ନିସ୍ୱାର୍ଥପର ଭଲପାଇବା ଏବଂ ଦଳର ରାଜ୍ୟ ସାଧାରଣ ସମ୍ପାଦକ (ମୁଖ୍ୟାଳୟ) ତଥା ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ କୁମାର ଦାସବର୍ମାଙ୍କ ଆଦର୍ଶ, ସାମୁହିକ ବିକାଶ ଧାରାରେ ଅନୁପ୍ରାଣିତ ହୋଇ କୃଷ୍ଣପ୍ରସାଦ ବ୍ଲକ ମାଲୁଦ ପଞ୍ଚାୟତର ଜଗତିସାହି ଠାରେ ଦିନ ୧୦ ଘଣ୍ଟିକା ସମୟରେ ମାଲୁଦ ପଞ୍ଚାୟତର ରବିନ୍ଦ୍ର ନାଥ ଦାସଙ୍କ ନେତୃତ୍ୱରେ ମାଲୁଦ ଜଗତିସାହି ଗାଁର ସହ ସହ ବିଜପି ପରିବାର ଭାରତୀୟ ଜନତା ପାର୍ଟି ପରିତ୍ୟାଗ କରି ବିଧିବଦ୍ଧ ଭାବେ ବିଜୁ ଜନତା ଦଳରେ ଯୋଗଦାନ କରିଛନ୍ତି । ଏହି କାର୍ଯ୍ୟକ୍ରମରେ କୃଷ୍ଣପ୍ରସାଦ ବ୍ଳକ ବିଜୁ ଜନତା ଦଳର ସଭାପତି ଲଷ୍ମୀଧର ସାହୁ, ଜିଲ୍ଲା ପରିଷଦ ସଦସ୍ୟା ପ୍ରଭାତୀ ପ୍ରଧାନ, ପ୍ରଦୀପ ଦାସ,ଉଲାସ ଜେନା, ହେମନ୍ତ ଜେନା ମୋର ମାଲୁଦ ଜଗତିସାହି ଗାଁର ଘନିଷ୍ଠ ସହଯୋଗୀ କବିରାଜ ଦାସ, ନବୀ ଖାଁ ଯୁବ ନେତା ଦିଲୀପ କୁମାର ରଣସିଂହ ପ୍ରମୁଖ ଉପସ୍ଥିତ ଥିଲେ ଦେଇଥିଲେ ।