
-
ସାମ୍ବାଦିକ ମାନଙ୍କ ସୁରକ୍ଷା ପାଇଁ ଆଇନ ପ୍ରଣୟନ ଦାବୀ,
କୈଳାଶ ଚନ୍ଦ୍ର ପଣ୍ଡା,ପୁରୀ
ପୁରୀ ଜିଲ୍ଲା ପେସାଦାର ସାମ୍ବାଦିକ ସଂଘର କାର୍ଯ୍ଯକାରିଣୀ ବୈଠକ ସ୍ଥାନିୟ ୟୁଥ ହଷ୍ଟେଲ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ପୁରୀ ସହରର 23ଜଣ କାର୍ଯ୍ଯରତ ବରିଷ୍ଠ ସାମ୍ବାଦିକ ମାନଙ୍କୁ କୋଭିଡ ଯୋଦ୍ଧା ସମ୍ମାନରେ ସମ୍ମାନିତ କରାଯାଇଥିଲା। ସାମ୍ବାଦିକ ସଂଘର ଜିଲ୍ଲାସଭାପତୀ ତ୍ରିବିକ୍ରମ ରାମକୃଷ୍ଣ ମହାପାତ୍ର ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସଭାରେ ଉତ୍କଳ ସାମ୍ବାଦିକ ସଂଘର ରାଜ୍ଯ ସଭାପତି ବିଭୁତିଭୁଷଣ କର ଯୋଗ ଦେଇ ରାଜ୍ଯରେ ବଢି ଚାଲିଥିବା ସାମ୍ବାଦିକ ଆକ୍ରମଣ ଘଟଣାକୁ ତିବ୍ର ନିନ୍ଦା କରିଥିଲେ। ରାଜ୍ଯ ରେ କାର୍ଯ୍ଯରତ ସାମ୍ବାଦିକ ମାନଙ୍କ ସୁରକ୍ଷା ପାଇଁ ତୁରନ୍ତ ସାମ୍ବାଦିକ ସୁରକ୍ଷା ଆଇନ ଲାଗୁ କରିବା, ସାମ୍ବାଦିକ ପେନସନ ଯୋଜନା ଲାଗୁ କରିବା ସହ ଅନ୍ଯାନ୍ଯ ସୁବିଧା ସୁଯୋଗ ଯୋଗାଇ ଦେବାପାଇଁ ରାଜ୍ଯ ସରକାରଙ୍କ ନିକଟରେ ଶ୍ରୀକର ଦାବି କରିଥିଲେ। ବିଧାନସଭାର ଆସନ୍ତା ଶୀତକାଳୀନ ଅଧିବେଶନ ସମୟରେ ଏନେଇ ରାଜ୍ୟବ୍ଯାପି ଆନ୍ଦୋଳନ କରାଯିବ ବୋଲି ଶ୍ରୀକର ସୂଚନା ଦେଇଥିଲେ। ଅନ୍ଯମାନଙ୍କ ମଧ୍ଯରେ ରାଜ୍ଯ ସଂଘର ସାଧାରଣ ସମ୍ପାଦକ ପୁର୍ଣ୍ଣ ଚନ୍ଦ୍ର ନାୟକ, ବରିଷ୍ଠ ସାମ୍ବାଦିକ ଇପଶିତ ପ୍ରତିହାରୀ, ସଞ୍ଜୟ ପତି,କମଳଲୋଚନ ଦୀକ୍ଷିତ, ପ୍ରଦ୍ୟୁମ୍ନ କୁମାର ସୁବୁଦ୍ଧି,ମାନସ ରଞ୍ଜନ ଦାଶ,ସରୋଜ କୁମାର ବେହେରା, ବିଜୟ କୁମାର ମହାପାତ୍ର, ଅବନୀ ଭୂଷଣ ବାରିକ,ଧିରେନ୍ଦ୍ର ସେନାପତି,ସୁରେଶ କୁମାର ମହାନ୍ତି, ଆଦିତ୍ଯ କୁମାର ରାଉତ ପ୍ରମୁଖ ଯୋଗଦେଇ ସାମ୍ବାଦିକ ମାନଙ୍କ ବିଭିନ୍ନ ସମସ୍ଯା ଓ ଗଠନ ମୂଳକ କାର୍ଯ୍ଯ ସମ୍ପର୍କ ରେ ଆଲୋକପାତ କରିଥିଲେ। ଏହି ଅବସରରେ କରୋନାରେ ପ୍ରାଣ ହରାଇଥିବା ସାମ୍ବାଦିକ ମାନଙ୍କ ପାଇଁ ଦୁଇ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା ।ପେସାଦାର ସାମ୍ବାଦିକ ସଂଘ ର ନୂତନ କାର୍ଯ୍ଯକର୍ତ୍ତାଙ୍କ ନାମ କୁ ଜିଲ୍ଲାସଭାପତି ଘୋଷଣା କରିଥିଲେ। ଶେଷରେ ସଂଗଠନ ସମ୍ପାଦକ ବିଜୟ କୁମାର ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ |