ନୂଆପଡ଼ା, ନୂଆପଡ଼ା ଜିଲ୍ଲା ଖଡ଼ିଆଳ ବ୍ଲକ ଅନ୍ତର୍ଗତ ବାଦୀ ଆଦର୍ଶ ବିଦ୍ୟାଳୟର ଅଧ୍ୟକ୍ଷ ସୁଜନ କୁମାର ସାହୁ ବୁଧବାର ଭିଜିଲାନ୍ସ ହାତରେ ଧରାପଡିଛନ୍ତି । ସହ ଶିକ୍ଷକ ରାମକୃଷ୍ଣ ପ୍ରଧାନଙ୍କର ସର୍ଭିସ ବୁକ ଅପଡେଟ ସକାଶେ 4 ହଜାର ଟଙ୍କା ଲାଞ୍ଚ ନେଉଥିଲେ । ପୂର୍ବ ଯୋଜନା ମୁତାବକ ଅଧ୍ୟକ୍ଷ ଶ୍ରୀସାହୁ 4 ହଜାର ଟଙ୍କା ଲାଞ୍ଚ ନେବାବେଳେ ପୂର୍ବରୁ ଛକି ରହିଥିବା ଭିଜିଲାନ୍ସ ବିଭାଗ ଚଢାଉ କରି ଟଙ୍କା ଉଦ୍ଧାର କରିବା ସହ ତାଙ୍କୁ ଗିରଫ କରିଛନ୍ତି । ଏହି ଚଢାଉରେ ଭିଜିଲାନ୍ସ ଡିଏସପି ରୂପଧର ଓ ଓ ସତ୍ୟବାନ ମହାନନ୍ଦଙ୍କ ସମେତ କଳାହାଣ୍ଡି ଓ ନୂଆପଡ଼ା ଭିଜିଲାନ୍ସ ବିଭାଗର ଅନ୍ୟାନ୍ୟ ଅଧିକାରୀ ସାମିଲ ଥିଲେ ।