ଭୁବନେଶ୍ୱର, କରୋନାର ତୃତୀୟ ଲହର ଆସିଲେ ବି ଦ୍ୱିତୀୟ ଲହର ଭଳି ପ୍ରଭାବ ନପକାଇପାରେ । ଯଦି ଭୂତାଣୁ ରୂପ ବଦଳାଏ ତାହା ହେଲେ ପ୍ରଭାବ ଅଧିକ ରହିବ । ହେଲେ ଯଦି ଭୂତାଣୁ ରୂପ ନବଦଳାଏ ତାହାହେଲେ ଏତେ ପ୍ରଭାବ ରହିବ ନାହିଁ ବୋଲି କହିଛନ୍ତି ଡିଏମଇଟି ସିବିକେ ମହାନ୍ତି ।
ସେ କହିଛନ୍ତି ଯେ, ତୃତୀୟ ଲହର ନେଇ ବିଭିନ୍ନ ମଡେଲ ଭିନ୍ନ ଭିନ୍ନ ଆକଳନ କରୁଛନ୍ତି । କେଉଁ ମଡେଲ କହୁଛି, ତୃତୀୟ ଲହରରେ ଦେଶରେ ଦିନକୁ ୪ରୁ ୫ ଲକ୍ଷ ପଜିଟିଭି ଚିହ୍ନଟ ହେବ । ଆଉ କେଉଁ ମଡେଲ କହୁଛି,ଏତେ ପ୍ରଭାବ ପଡିବ ନାହିଁ । ଆଇଆଇଟି କାନପୁର ସୂତ୍ର ମଡେଲ କହୁଛି, ଓଡ଼ିଶାରେ ତୃତୀୟ ଲହରର ବିଶେଷ ପ୍ରଭାବ ରହିବ ନାହିଁ । କିନ୍ତୁ ମଡେଲ ଯାହା କହୁ ସରକାର ସବୁ ଦିଗକୁ ଦୃଷ୍ଟିରେ ରଖି ପଦକ୍ଷେପ ନେଉଛନ୍ତି ଏବଂ ପରିସ୍ଥିତି ଉପରେ କଡ଼ା ନଜର ରଖିଛନ୍ତି ।
ଏହା ସହ ସେ କହିଛନ୍ତି ଯେ, କଟକ ଏସସିବିରେ ଏକମୋ ଚିକିତ୍ସା ଆସନ୍ତା ୨୭ତାରିଖରେ ଆରମ୍ଭ ହେବ । ପୂର୍ବ ଭାରତରେ ସରକାରୀ ଭାବେ ଏହା ହେବ ସବୁଠାରୁ ବଡ଼ ୟୁନିଟ । ଗତକାଲି ଏନେଇ ଏସସିବି ମେଡିକାଲରେ ସମୀକ୍ଷା କରାଯାଇଛି । ଏସସିବିରେ ସମୁଦାୟ ୯ଟି ଇକୋମୋ ମେସିନ ରହିବ ବୋଲି କହିଛନ୍ତି ଡିଏମଇଟି ସିବିକେ ମହାନ୍ତି ।