
କୈଳାଶ ଚନ୍ଦ୍ର ପଣ୍ଡା,ପୁରୀ
ବରିଷ୍ଠ ଚିତ୍ରଶିଳ୍ପୀ ନାରାୟଣ ମହାରଣାଙ୍କ ପ୍ରଥମ ବାର୍ଷିକ ଶ୍ରାଦ୍ଧ ଅନୁଷ୍ଠିତ ହୋଇଯାଇଛି ।ସେ ଏକାଧାରରେ ଜଣେ ଦକ୍ଷ ଚିତ୍ରଶିଳ୍ପୀ ତଥା ମୂର୍ତ୍ତିକାର ଥିଲେ। ସ୍ବର୍ଗତ ନାରାୟଣ ପଟଚିତ୍ରରେ ଉତ୍କର୍ଷତା ପ୍ରଦର୍ଶନ କରି ଜାତୀୟ ପୁରସ୍କାର ଓ ସୂରଜକୁଣ୍ଡ ମେଳାରେ କଳାମଣି ସମ୍ମାନ ପାଇବା ସହିତ ଆହୁରି ଅନେକ ସମ୍ବର୍ଦ୍ଧନାର ଅଧିକାରୀ ଥିଲେ। ସେ ତାଙ୍କର ଶୀଳ୍ପୀବସ୍ଛଳ ଗୁଣ ସକାଶେ ସମସ୍ତଙ୍କର ପ୍ରିୟଭାଜନ ହୋଇ ପାରିଥିଲେ। ତାଙ୍କ ବିୟୋଗରେ ଓଡିଶାର ଶିଳ୍ପୀକୁଳ ଜଣେ ଗୁରୁ ସ୍ଥାନୀୟ ପ୍ରତିଭାଙ୍କୁ ହରାଇଲା ବୋଲି ଶ୍ରାଦ୍ଧ ଅବସରରେ ଅତିଥିମାନେ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରି କହିଛନ୍ତି । ସେ ନୂଆ ପୀଢିଙ୍କୁ ପାରମ୍ପରିକ ଚିତ୍ରକର୍ମରେ ଅନୁପ୍ରାଣିତ କରିଆସୁଥିଲେ। ତାଙ୍କ ଦ୍ବାରା ପ୍ରଶିକ୍ଷିତ ଅନେକ ଶିଳ୍ପୀ ଏବେ ବିଭିନ୍ନ ଶିଳ୍ପ କର୍ମରେ କାର୍ଯ୍ଯରତ।
ଅଣସର ପଟିଦିଅଁ ତଥା ରଥ ଚିତ୍ରଣରେ ନାରାୟଣ ଥିଲେ ସିଦ୍ଧହସ୍ତ ।ପୁରୀର ଗୋସାଣି ଯାତ ଓ ଗଣେଶ ଯାତରେ ପୂଜିତ କେତେଗୋଟି ବିଗ୍ରହ ନିର୍ମାଣ କରି ସେ ବହୁ ସୁନାମ ଅର୍ଜନ କରିଥିଲେ । ତାଙ୍କ ମୃତ୍ୟୁଜନିତ ଶୂନ୍ୟସ୍ଥାନ ପୁରଣ ହେବା କଷ୍ଟକର। ତାଙ୍କ ଅମର ଆତ୍ମାର ସଦ୍ ଗତି କାମନା କରିବା ସହିତ ତାଙ୍କର ଯୋଗ୍ଯ ସନ୍ତାନମାନେ ଶିଳ୍ପକର୍ମରେ ପିତାଙ୍କ ଆଦର୍ଶର ଅନୁସରଣ କରିବେ ବୋଲି ଅତିଥିମାନେ ଆଶା ବ୍ୟକ୍ତ କରିଛନ୍ତି । ଶ୍ରଦ୍ଧାଞ୍ଜଳି ସଭାରେ ଶିବ ସୁନ୍ଦର ମିଶ୍ର, ଦେବୀ ପ୍ରସନ୍ନ ନନ୍ଦ, ମନୋଜ ସାହୁ,ବାବା ମିଶ୍ର ପ୍ରଭୃତିଙ୍କ ସମେତ ବହୁ ଶିଳ୍ପୀ ତଥା କାରିଗର ମାନେ ଉପସ୍ଥିତ ଥିଲେ ।