
କୈଳାଶ ଚନ୍ଦ୍ର ପଣ୍ଡା,ପୁରୀ
ସତ୍ୟବାଦୀ ବିଧାୟକ ତାଙ୍କ ଗୁଣ୍ଡାବାହିନୀଙ୍କ ଦୌରାତ୍ମକ ଅରାଜକତା ଏବଂ ପ୍ରଶାସନିକ ଦୁର୍ନିତୀ ବିରୁଦ୍ଧରେ ଭାରତୀୟ ଜନତାପାର୍ଟି ପୁରୀଜିଲ୍ଲା ତରଫରୁ ସାମ୍ବାଦିକ ସମ୍ମିଳନୀ। ଦୀର୍ଘ ଅଢେଇ ବର୍ଷ ପରେ ବି ଜିଲ୍ଲାପ୍ରଶାସନ ଏ ପର୍ଯ୍ୟନ୍ତ କାହାର ଘରଭାଙ୍ଗିଛି, କିଏ କ୍ଷତି ପୂରଣ ପାଇବ ସ୍ଥିର କରିପାରିଲେ ନାହିଁ । ଉଭୟ ଶାସକ ଦଳ ଏବଂ ତଳସ୍ତରୀୟ କର୍ମଚାରୀ କ୍ଷତିପୂରଣ ପାଇଁ ହିତାଧିକାରୀ ମାନଙ୍କୁ ଆଗୁଆ ଲାଞ୍ଚ ଆଦାୟ କରିବାରେ ବ୍ୟସ୍ତ, ଫଳରେ ପ୍ରକୃତ ହିତାଧିକାରୀ କେନ୍ଦ୍ର ସରକାର ପଠାଉଥିବା ସାହାଯ୍ୟ ପାଇବାରୁ ବଞ୍ଚିତ ଅଭିଯୋଗ ବିଜେପି ଦୀର୍ଘଦିନ ହେଲା କରି ଆସୁଛି |
ଫନି ଘରଭଙ୍ଗା କ୍ଷତିପୂରଣ ଦୁର୍ନୀତି ବିରୋଧରେ ବିଜେପି ଦୀର୍ଘ ଦୁଇବର୍ଷ ଧରି ସ୍ବର ଉତ୍ତୋଳନ କରିଆସୁଛି |ଏପରିକି ସ୍ଥାନୀୟ ବିଧାୟକ ମଧ୍ୟ ସମୟ କ୍ରମେ, ଉକ୍ତ ଦୁର୍ନିତୀକୁ ପ୍ରକାରାନ୍ତରେ ସ୍ୱୀକାର କରିଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ଚୁପ୍ ରହି ଘରଭଙ୍ଗା କ୍ଷତିପୂରଣ ଦୁର୍ନିତୀକୁ ପରୋକ୍ଷରେ ପ୍ରୋତ୍ସାହନ ଦେଇ ଆସୁଥିଲେ | ଦୁଇଦୁଇ ଜଣ ତହସିଲଦାର ବଦଳି ହେଲା ପରେ,ଯେତେବେଳେ ସତ୍ୟବାଦୀରେ କେହି ସ୍ଥାୟୀ ତହସିଲଦାର ନାହାଁନ୍ତି, ସେଇ ସମୟରେ, ଅଫିସ୍ ସମୟ ପରେ,ନିଜର ଗୁଣ୍ଡାବାହିନୀ ସହ ତହସିଲ କର୍ମଚାରୀଙ୍କୁ ଆକ୍ରମଣ ସହିତ ଦରକାରୀ କାଗଜପତ୍ର ଓ ଅଫିସ୍ ର କାଚ ଝରକା ଭଙ୍ଗାରୁଜା କରିବା ନିହାତି ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ ପରି ଜଣାପଡେ ।
ବିଧାୟକଙ୍କ ଉପସ୍ଥିତିରେ ସରକାରୀ କର୍ମଚାରୀ ଆହତ ହୋଇ ଥାନାରେ ଇତଲା ଦେଲା ପରେ ବି,ଏପର୍ଯ୍ୟନ୍ତ ଅପରାଧୀଙ୍କ ବିରୋଧରେ ପୋଲିସ୍ କୌଣସି କାର୍ଯ୍ୟାନୁଷ୍ଠାନ ନକରି, ଦୁର୍ନିତୀ ବିରୋଧରେ ଧର୍ମଘଟ କରୁଥିବା ବ୍ୟକ୍ତି ମାନଙ୍କୁ କରୋନା କଟକଣା ଭଙ୍ଗ ପାଇଁ ନୋଟିସ୍ ଜାରି କରିବା ଯେତିକି ହାସ୍ୟାସ୍ପଦ ସେତିକି ଲଜ୍ୟାଜନକ ଏସବୁ ଏକ ଷଡ଼ଯନ୍ତ୍ର କହିଲେ ଠିକ୍ ହେବ |ଫନି ଘରଭଙ୍ଗା କ୍ଷତିପୂରଣ ଦୁର୍ନିତୀର ଭିଜିଲାନ୍ସ ତଦନ୍ତ କରାଯାଇ, ଦୋଷୀ କର୍ମଚାରୀ ମାନଙ୍କୁ ଗିରଫ୍ କରାଯିବା ସହ ଯେଉଁମାନେ ଏହାର ଫାଇଦାରେ ପଞ୍ଚାନବେ ହଜାର ଟଙ୍କା କ୍ଷତିପୂରଣ ପାଇଛନ୍ତି, ସେମାନଙ୍କ ଠାରୁ ଟଙ୍କା ଫେରସ୍ତ କରାଯିବା ସହ ପ୍ରକୃତ କ୍ଷତିଗ୍ରସ୍ତ ମାନଙ୍କୁ କ୍ଷତିପୂରଣ ଟଙ୍କା ପ୍ରଦାନ କରାଯାଉ। ସରକାରୀ କର୍ମଚାରୀଙ୍କୁ ଆକ୍ରମଣ ଘଟଣାରେ ବିଧାୟକଙ୍କ ସମେତ ତାଙ୍କର ଗୁଣ୍ଡାବାହିନୀକୁ ତୁରନ୍ତ ଗିରଫ୍ କରି ଜେଲ୍ ପଠାଯିବା ସହ ଫନି ଘରଭଙ୍ଗା କ୍ଷତିପୂରଣ ଦୁର୍ନିତୀରେ ଜଡ଼ିତ ସମସ୍ତ ରାଜନୈତିକ ଦଲାଲ୍, ପ୍ରଶାସନିକ କର୍ମଚାରୀ ଓ ସେମାନଙ୍କ ଦଣ୍ଡିଆ ମାନଙ୍କ ପ୍ରତି ଦୃଷ୍ଟାନ୍ତମୂଳକ ଦଣ୍ଡବିଧାନ କରିବାକୁ ବିଜେପି ଦୃଢ଼ ଦାବି କରିଛି | ଯଦି ସରକାର କୌଣସି ଟାଳଟୁଳ ନିତୀ ଅବଲମ୍ବନ କରନ୍ତି, ତେବେ ଏକ ସପ୍ତାହ ଭିତରେ ଯଦି ଜିଲ୍ଲା ପ୍ରଶାସନ କୌଣସି କାର୍ଯ୍ୟାନୁଷ୍ଠାନ ନ ନିଅନ୍ତି ତାହାଲେ ବିଜେପି ରାଜରାସ୍ତାକୁ ଓହ୍ଲାଇବ ବୋଲି ଚେତାବନୀ ଦିଆଯାଇଛି |