ମାଲକାନଗିରି, ମାଲକାନଗିରି ଜିଲ୍ଲା ମାଥିଲି ବ୍ଳକ ଅନ୍ତର୍ଗତ ଭଣ୍ଡାରିପାଙ୍ଗମ ଓ ଆମ୍ବାଗୁଡା ପଞ୍ଚାୟତରେ ଉଚ୍ଚଶିକ୍ଷା ମନ୍ତ୍ରୀ ଡ଼. ଅରୁଣ ସାହୁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ହିତାଧିକାରୀକୁ ସ୍ମାର୍ଟ କାର୍ଡ ବଣ୍ଟନ କରିଛନ୍ତି । ସେ ଭଣ୍ଡାରିପାଙ୍ଗମ ପଞ୍ଚାୟତରେ ୧୨୬ ଜଣ ଓ ଆମ୍ବାଗୁଡା ପଞ୍ଚାୟତରେ ୨୨୬ ଜଣ ହିତାଧିକାରୀଙ୍କୁ ସ୍ମାର୍ଟ କାର୍ଡ ବଣ୍ଟନ କରିଥିଲେ ।
ଏହି ଅବସରରେ ନିଗମ ଅଧ୍ୟକ୍ଷ ପ୍ରିୟଦର୍ଶି ମିଶ୍ର, ଅମରେଶ ପାତ୍ର, ମାଥିଲି ଗୋଷ୍ଠୀ ଉନ୍ନୟନ ଅଧିକାରୀ ଆତିଶ କୁମାର ଭୋଇ, ବିଧାୟକ ପ୍ରତିନିଧି ମହେଶ ବାକା, ବିଜୁ ଜନତା ଦଳ ସାଧାରଣ ସମ୍ପାଦକ ରବି ନାରାୟଣ ପାତ୍ର, ଜିଲ୍ଲା କମିଟି ସମ୍ପାଦକ ସରୋଜ ସାହୁ, ବ୍ଲକ ସଭାପତି ବନ୍ଧୁ ମୁଦୁଲି, କାନ୍ତେଶ୍ୱର ପଟଲା, ଦୁଇଟି ପଞ୍ଚାୟତର ସରପଞ୍ଚ, ପଞ୍ଚାୟତ ସମ୍ପ୍ରସାରଣ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ ।