-
ପାସ୍ ହାର ୮୦.୮୩%
ଭୁବନେଶ୍ୱର, ପ୍ରକାଶ ପାଇଛି ମାଟ୍ରିକ ଅଫଲାଇନ୍ ପରୀକ୍ଷା ଫଳ । କଟକ ସ୍ଥିତ ବୋର୍ଡ କାର୍ଯ୍ୟାଳୟ ଠାରେ ମାଟ୍ରିକ୍ ରେଜଲ୍ଟ ପ୍ରକାଶ ପାଇଛି । ମୋଟ ୧୫,୧୩୬ ଛାତ୍ରଛାତ୍ରୀ ଅଫ୍ ଲାଇନ୍ ରେ ପରୀକ୍ଷା ଦେଇଥିବା ବେଳେ ସେଥିମଧ୍ୟରୁ ୫ହଜାର ୨୩୩ ଜଣ ପିଲା ପାସ୍ କରିଛନ୍ତି । ମୋଟ ପାସ୍ ହାର ୮୦.୮୩ ପ୍ରତିଶତ ରହିଛି ।
ସୂଚନା ଅନୁଯାୟୀ ମୋଟ ୩ହଜାର ୧୦୦ ପାସ୍ ଛାତ୍ର ଓ ୨୧୩୩ ଜଣ ଛାତ୍ରୀ ପାସ୍ କରିଛନ୍ତି । ଏ-୧ରେ ୪୨ ଜଣ ପାସ୍ କରାିଥିବା ବେଳେ ଏ- ୨ ରେ ୨୫୫ଜଣ, ବି-୧ରେ ୩୪୮ ଜଣ, ବି- ୨ରେ ୪୫୮, ସି’ରେ ୫୯୯ ଜଣ, ଡି ଗ୍ରେଡ୍ ରେ ୮୪୬ଜଣ, ଇ ଗ୍ରେଡ ରେ ୨୬୮୫ ଜଣ ଓ ଏଫ୍ ଗ୍ରେଡ୍ ରେ ୧୪୧ ଜଣ ପାସ୍ କରିଛନ୍ତି । ଅପରପକ୍ଷରେ ୧୪୮ ଜଣ ଫେଲ୍ ହୋଇଛନ୍ତି ।
ବିକଳ୍ପ ମୂଲ୍ୟାଙ୍କନ ପଦ୍ଧତିକୁ ବିରୋଧ କରି ପ୍ରକାଶ ପାଇଥିବା ମାଟ୍ରିକ୍ ରେଜଲ୍ଟ କୁ ବିରୋଧ କରି ୧୫ ହଜାରରୁ ଅଧିକ ଅସନ୍ତୁଷ୍ଟ ଛାତ୍ରଛାତ୍ରୀ ଅଫଲାଇନ୍ ରେ ପରୀକ୍ଷା ଦେଇଥିଲେ । ୧୪୬ ଜଣଙ୍କ ଫର୍ମ ନାକଚ ହୋଇଥିଲା । ଫର୍ମ ଫିଲ ଅପ୍ କରିଥିବା ପିଲାଙ୍କ ମଧ୍ୟରୁ ୧୦୮୬ ଜଣ ଅନୁପସ୍ଥିତ ରହିଥିବା ବେଳେ ୧୪ଜଣ ମାଲ୍ ପ୍ରାକ୍ଟିସ୍ ବେଳେ ଧରାପଡ଼ିଛନ୍ତି । ତେବେ ପରୀକ୍ଷା ଦେଇଥିବା ୨୭୧ ଛାତ୍ରଛାତ୍ରୀଙ୍କ ଗ୍ରେଡ୍ ବଢିଥିବା ବେଳେ ୪୫୯ ପିଲାଙ୍କ ଗ୍ରେଡ୍ ଖସିଛି । ସେହିଭଳି ଷ୍ଟେଟ ଓପନ ସ୍କୁଲ ପରୀକ୍ଷାରେ ମୋଟ ୭୪.୩ ଜଣ ପାସ୍ କରିଥିବା ବେଳେ ମଧ୍ୟମା ପରୀକ୍ଷାରେ ଶତ ପ୍ରତିଶତ ରେଜଲ୍ଟ ରହିଛି ।