
ମାଲକାନଗିରି,ମାଲକାନଗିରି ଜିଲ୍ଲାରେ ପୁଣି ଦେଖିବାକୁ ମିଳିଛି ଜନନୀ ଯନ୍ତ୍ରଣା ର ଚିତ୍ର!ଚିତ୍ରକୋଣ୍ଡା ବ୍ଳକ ଅନ୍ତର୍ଗତ ସ୍ୱାଭିମାନଅଞ୍ଚଳ କୁନିଗୁଡା ଗ୍ରାମର ବନ୍ଧୁ ଖିଲ ଙ୍କ ସ୍ତ୍ରୀ ଜେମାଖିଲ ଙ୍କ ଆଜି ଗର୍ଭ ଯନ୍ତ୍ରଣା ହେବାରୁ ଚିତ୍ରକୋଣ୍ଡା ଉପଖଣ୍ଡ ଚିକିତ୍ସାଳୟ ରେ ଥିବା ଆମ୍ବୁଲାନ୍ସ କୁ ଫୋନ କରିଥିଲେ!କିନ୍ତୁ ରାସ୍ତା ନିର୍ମାଣ କାମ ଚାଲିଥିବାରୁ ବର୍ଷା ଯୋଗୁଁ ଆମ୍ବୁଲାନ୍ସ ଗାଁ ନିକଟକୁ ଯାଇପାରିନଥିଲା!ଫଳରେ ପରିବାର ଲୋକ ଜେମାକୁ ଖଟିଆରେ ବୋହି ଆମ୍ବୁଲାନ୍ସ ନିକଟକୁ ଆଣିଥିଲେ! ସେଠାରୁ ତାଙ୍କୁ ଚିତ୍ରକୋଣ୍ଡା ମେଡିକାଲ କୁ ଅଣାଯାଇଥିଲା!