
କୈଳାଶ ଚନ୍ଦ୍ର ପଣ୍ଡା,ପୁରୀ
ଶ୍ରୀକ୍ଷେତ୍ର ଶିଶୁ ସାହିତ୍ୟ ସଂସଦ ପକ୍ଷରୁ ୨୮ ତମ ସନକ୍ଷତ୍ର ଦିବସ ଅବସରରେ ରକ୍ଷାବନ୍ଧନ ଉତ୍ସବ ତଥା ସଭାବ କବି ଗଙ୍ଗାଧର ମେହେର ଜୟନ୍ତୀ ଭଗବତୀ ବିଦ୍ୟା ନିକେତନ ପରିସରରେ ଅନୁଷ୍ଠିତ ହୋଇଯାଇଛି । କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ଶିଶୁ ସାହିତ୍ୟିକ ତଥା ସଂସଦର କାର୍ଯ୍ୟକାରୀ ସଭାପତି ବୀରେନ୍ଦ୍ର ମହାନ୍ତି ଏହି ଉତ୍ସବରେ ଅଧ୍ୟକ୍ଷତା କରିଥିଲେ । ପ୍ରାରମ୍ଭରେ ସଂପାଦକ ମହେନ୍ଦ୍ର ବିଶୋଇ ସାଗତ ଭାଷଣ ପ୍ରଦାନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଶ୍ୟାମପ୍ରକାଶ ସେନାପତି, ରମେଶ ଚନ୍ଦ୍ର ଦାଶ,ଦୁର୍ଗାବତୀ ପ୍ରଧାନ,କ୍ରିଷ୍ଣା ପ୍ରଧାନ,କବିତା ମିଶ୍ର ପ୍ରମୁଖ ରାକ୍ଷୀ ପୂର୍ଣ୍ଣିମାର ମହତ୍ବ ଏବଂ ସଭାବ କବି ଗଙ୍ଗାଧର ମେହେରଙ୍କ ସାହିତ୍ୟ କୃତି ସଂପର୍କରେ ଆଲୋଚନା କରିଥିଲେ । ସମାଜ ପ୍ରତି ଥିବା ମେହେର ସାହିତ୍ୟର ଅବଦାନ ଏବଂ ସଭାବକବିଙ୍କ ଅନାଲୋଚିତ ସାହିତ୍ୟ ଉପରେ ବକ୍ତାମାନେ ଅବତାରଣା କରିଥିଲେ । ଲକ୍ଷ୍ମୀଧର ମାଝୀ ,ଜଳନ୍ଧର ବିଶୋଇ ଉତ୍ସବ ପରିଚାଳନାରେ ସହଯୋଗ କରିଥିଲେ ।