ମାଲକାନଗିରି, ମାଲକାନଗିରି ଜିଲ୍ଲା କାଲିମେଳା ବ୍ଳକ ତେଲେରାଇ ପଞ୍ଚାୟତ ଅମ୍ବାପଦର ଗ୍ରାମର ନୀଳ ଖେମୁଣ୍ଡୁ ନାମକ( ୩ ୫ )ଯୁବକ ଗତ ଶୁକ୍ରବାର ଦିନ ଡଙ୍କରାଇ ଡ୍ୟାମକୁ ମାଛ ଧରିବାକୁ ଯାଇ ପାଣିରେ ଗୋଡ଼ ଖସି ଯିବାରୁ ସେ ବୁଡି ନିଖୋଜ ହୋଇଯାଇଥିଲା!ଅଗ୍ନିଶମ କର୍ମଚାରୀ ମାନେ ପହଞ୍ଚି ବହୁ ଖୋଜା ଖୋଜି କରିବାପରେ ମଧ୍ୟ ପାଇନଥିଲେ!ନିଖୋଜ ହେବାର ଦୁଇ ଦିନ ପରେ ଗତ କାଲି ଅପରାହ୍ନ ରେ ନୀଳ ର ଶବ ଭାସୁ ଥିବା ଦେଖି ଗାଁ ଲୋକ ପାଣିରୁ ଶବ ଉଦ୍ଧାର କରି ନୀଳର ସ୍ତ୍ରୀ କୁ ଖବର ଦେଇଥିଲେ!ଏ ସମ୍ପର୍କରେ କାଲିମେଳା ଥାନାକୁ ଖବର ଦେବା ପରେ ପୋଲିସ ଡାକ୍ତରୀ ଟିମ ସହ ସେଠାରେ ପହଞ୍ଚିଥିଲେ!