ଭୁବନେଶ୍ୱର,ଉତ୍କଳ ବିଶ୍ୱବିଦ୍ୟାଳୟ ମୁଖ୍ୟ ଫାଟକ ସାମ୍ନାରେ ଆଇନ ଛାତ୍ରଛାତ୍ରୀ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ତରବରିଆ ଭାବେ ଅଫଲାଇନରେ ୬ ମାସରେ ୪ଟି ସେମିଷ୍ଟର କରାଇବା ନିଷ୍ପତି କୁ ବିରୋଧ କରିଛନ୍ତି ଛାତ୍ରଛାତ୍ରୀ । ଏଥିସହ ଅନଲାଇନ୍ ରେ ସେମିଷ୍ଟର କରାଇବାକୁ ବିଶ୍ୱବିଦ୍ୟାଳୟ କୁଳପତିଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି । ଯଥାଶୀଘ୍ର ପରୀକ୍ଷା ସମ୍ପର୍କରେ ସଂଶୋଧିତ ବିଜ୍ଞପ୍ତି ପ୍ରକାଶ ନପାଇଲେ ସେମାନେ ମୁଖ୍ୟମନ୍ତ୍ରୀ ଓ ମୁଖ୍ୟ ବିଚାରପତିଙ୍କ ଦୃଷ୍ଟି ଆକର୍ଷର୍ଣ କରିବେ ବୋଲି ଆଇନ ଛାତ୍ରଛାତ୍ରୀ ଚେତାବନୀ ଦେଇଛନ୍ତି । ଅପରପକ୍ଷରେ ପରୀକ୍ଷା ନିୟନ୍ତ୍ରକ କହିଛନ୍ତି ଯେ ଆସନ୍ତା ୨୫ ତାରିଖରେ ବସିବାକୁ ଥିବା ପରୀକ୍ଷା କମିଟି ବୈଠକରେ ଏସମ୍ପର୍କରେ ନିଷ୍ପତି ନିଆଯିବ । ଉତ୍କଳ ୟୁନିଭରସିଟି ଅଧୀନସ୍ଥ ୟୁନିଭର୍ସିଟି ଲ’ କଲେଜ, କ୍ୟାପିଟାଲ ଲ’ କଲେଜ, ଏମଏସ୍ ଲ’ କଲେଜ ଓ ଦି ଲ’ କଲେଜ ପିଲାମାନେ ଏହି ବିକ୍ଷୋଭରେ ସାମିଲ ହୋଇଛନ୍ତି ।