ଭୁବନେଶ୍ୱର,ତୃତୀୟ ଲହର ଆସିଲେ, ଓଡ଼ିଶାରେ ଦୈନିକ ୧୪ ହଜାର ସଂକ୍ରମିତ ଚିହ୍ନଟ ହେବେ । ଯଦି ତୃତୀୟ ଲହର ଆସେ, ଏଥିରେ ପିଲାମାନେ ଅଧିକ ପ୍ରଭାବିତ ହେବେ ବୋଲି ଡିଏମଇଟି ସିବିକେ ମହାନ୍ତି ସୂଚନା ଦେଇଛନ୍ତି ।
ସେ କହିଛନ୍ତି ଯେ ବିଶେଷଜ୍ଞଙ୍କ ମତରେ ସେପ୍ଟେମ୍ବର କି ଅକ୍ଟୋବରରେ ତୃତୀୟ ଲହର ଆସିବ ଓ ପିକ୍ ନେବ । ଦେଶରେ ଦୈନିକ ସଂକ୍ରମଣ ୪ ଲକ୍ଷ ଛୁଇଁ ପାରେ । ଯଦି ସେମିତି ହୁଏ ଓଡ଼ିଶାରେ ଦୈନିକ ୧୪ ହଜାର ସଂକ୍ରମିତ ଚିହ୍ନଟ ହେବେ । ତେଣୁ ଆମକୁ ପ୍ରସ୍ତୁତ ରହିବାକୁ ପଡ଼ିବ । ତୃତୀୟ ଲହର ପାଇଁ ଯାହା ଆବଶ୍ୟକ ରହିଛି, ସେ ତୁଳନାରେ ଆମେ ଅଧିକ ପ୍ରସ୍ତୁତ ରହିଛୁ । ପିଲାମାନଙ୍କ ପାଇଁ ମଧ୍ୟ ସମସ୍ତ ବ୍ୟବସ୍ଥା କରାଯାଇଛି ।
ସେହିପରି ସ୍ୱାସ୍ଥ୍ୟ ନିର୍ଦେଶକ ବିଜୟ ମହାପାତ୍ର କହିଛନ୍ତି, ସମସ୍ତଙ୍କ ଆକଳନ ଅନୁଯାୟୀ ସେପ୍ଟେମ୍ବରରେ ତୃତୀୟ ଲହର ଆସିବ । ସେପ୍େଟମ୍ବରରେ ତୃତୀୟ ଲହର ଆରମ୍ଭ ହେଲେ ଏହା ଅକ୍ଟୋବରରେ ପିକ୍୍ ନେବ । ପିକ ପିରିଅଡରେ୧୦୦ ଶିଶୁରେ ୨୩ ଜଣଙ୍କୁ ହସତପିଟାଲର ଭର୍ତି କରିବାକୁ ପଡିବ ବୋଲି ଆକଳନ କରାଯାଇଛି । ମାତ୍ର ବର୍ତମାନ ଆମର ହସ୍ପିଟାଲାଇଜେସନ ଅଧିକ ନାହିଁ । ଏବେ ୧୨ ରୁ ୧୩ ପ୍ରତିଶତ ରହିଛି ଶିଶୁ ସଂକ୍ରମଣ ହାର । ଦ୍ୱିତୀୟ ଲହର ୬୪ ଦିନରେ ପିକ ନେଇଥିଲା । ଯଦି ତୃତୀୟ ଲହର ଆସୁଛି ତାହାର ପିକ ପିରିୟଡ଼ ପାଇଁ ଆମକୁ ଅପେକ୍ଷା କରିବାକୁ ପଡ଼ିବ । ମାତ୍ର ଆମେ ଏବେ ବି ଦ୍ୱିତୀୟ ଲହରରେ ରହିଛେ । ଶିଶୁମାନଙ୍କ ପାଇଁ ଆମେ ସବୁ ବ୍ୟବସ୍ଥା କରିଛୁ । ସବୁ କୋଭିଡ ହସ୍ପିଟାଲରେ ଶିଶୁମାନଙ୍କ ପାଇଁ ସ୍ୱତନ୍ତ୍ର ପ୍ରାବଧାନ କରିବୁ । ଶିଶୁଭବନରେ ସେଂଟ୍ରାଲ ଅଫ ଏକ୍ସିଲେନ୍ସି କରାଯାଉଛି । ଶିଶୁମାନଙ୍କର ଏବେ ସିଭିୟରିଟି ବେଶି ନାହିଁ । ମାତ୍ର ଆମେ ଏହାକୁ କୋହଳ ଭାବେ ନେବା ନାହିଁ । ତେଣୁ ସ୍କ୍ରିନିଂକୁ ଆମେ ଚାଲୁ ରଖିବୁ । ଆମେ ଶିଶୁମାନଙ୍କର ଦୈନିକ ସଂକ୍ରମଣ ହାରକୁ ନେଇ ବିଶ୍ଳେଷଣ କରୁଛୁ । ଗତ ତିନି ଦିନ ଭିତରେ କେହି ଭେଂଟିଲେଟରକୁ ଯାଇନାହାନ୍ତି । ବହୁତ କମ ଶିଶୁଙ୍କର ଅକ୍ସିଜେନ ଦରକାର ଥିଲା ।