ଭୁବନେଶ୍ୱର, ଗତ ୨୪ ଘଂଟା ମଧ୍ୟରେ ରାଜ୍ୟରେ ୬୮ ଜଣ କରୋନା ସଂକ୍ରମିତଙ୍କ ମୃତ୍ୟୁ ଘଟିଥିବାର ସୂଚନା ମିଳିଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ତଥ୍ୟ ପ୍ରଦାନ କରାଯାଇଛି । ଏହା ସହିତ ରାଜ୍ୟରେ କରୋନାଜନିତ ମୃତ୍ୟୁସଂଖ୍ୟା ୭,୪୨୬କୁ ବୃଦ୍ଧି ପାଇଛି । ପ୍ରାପ୍ତ ସୂଚନା ଅନୁଯାୟୀ, ଏହି ୬୮ ମୃତକଙ୍କ ମଧ୍ୟରେ କଟକ ଜିଲ୍ଲାରୁ ସର୍ବାଧିକ ୧୭ ଜଣ ଥିବା ବେଳେ ଜଗତସିଂହପୁର ଜିଲ୍ଲାରୁ ୧୫ ଜଣ, ଖୋର୍ଦ୍ଧା ଜିଲ୍ଲାରୁ ୮, ଯାଜପୁର ଜିଲ୍ଲାରୁ ୬ ଜଣ ଓ ଢେଙ୍କାନାଳରୁ ୯ ଜଣ ଆକ୍ରାନ୍ତ ଅଛନ୍ତି । ବାଲେଶ୍ୱର ଜିଲ୍ଲାରୁ ୩, ଯାଜପୁର, ପୁରୀ ଜିଲ୍ଲାରୁ ୨ ଜଣ ଓ କେନ୍ଦ୍ରାପଡ଼ା ଜିଲ୍ଲାରୁ ୪ ଜଣ କରୋନା ଆକ୍ରାନ୍ତଙ୍କ ପ୍ରାଣହାନି ଘଟିଛି । ଅପରପକ୍ଷରେ ଭଦ୍ରକ, କେନ୍ଦୁଝର, ଝାରସୁଗୁଡ଼ା ଓ ରାୟଗଡ଼ା ଜିଲ୍ଲାରୁ ଜଣେ ଲେଖାଏଁ ମୃତକ ଥିବା ଜଣାଯାଇଛି । ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ଯେ ପ୍ରତ୍ୟେକ ଦିନ ଆସୁଥିବା ମୃତ୍ୟୁ ସଂଖ୍ୟା ସେହି ନିର୍ଦିଷ୍ଟ ଦିନର ନୁହେଁ । ବିଭିନ୍ନ ସ୍ତରରେ ଅଡିଟ କରାଯାଇ ମୃତ୍ୟୁ ସଂଖ୍ୟା ଘୋଷଣା କରା ଯାଉଥିବା ବିଭାଗ ପକ୍ଷରୁ କୁହା ଯାଇଛି ।