ପୁରୀ, ସେବାୟତ ଓ ସହରବାସୀଙ୍କ ଦର୍ଶନ ପରେ ଆଜି ଠାରୁ ସର୍ବସାଧାରଣ ଦର୍ଶନ ପାଇଁ ଶ୍ରୀମନ୍ଦିର ଖୋଲିଛି । ସକାଳ ୭ଟା ଠାରୁ ଦର୍ଶନ ଆରମ୍ଭ ହୋଇଛି । ଏଥି ପାଇଁ ଜିଲ୍ଲା ଓ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି । ଦର୍ଶନ ନିମନ୍ତେ ଆସିଥିବା ଭକ୍ତଙ୍କ ପରିଚୟ ପତ୍ର, ଦୁଇ ଡ଼ୋଜ୍ କରୋନା ଟୀକା ନେଇଛନ୍ତି କି ନାହିଁ, ନଚେତ୍ ୯୬ ଘଂଟା ପୂର୍ବର କୋଭିଡ଼୍ ନେଗେଟିଭ୍ ରିପୋର୍ଟ ଯାଂଚ୍ କରାଯାଉଛି । ୮ଟି ସ୍ଥାନରେ କିଓସ୍କୋରେ ଏହି ଯାଂଚ୍ ବ୍ୟବସ୍ଥା କରାଯାଇଛି । ଭକ୍ତ ମାନେ କୋଭିଡ଼୍ କଟକଣାକୁ ଅନୁପାଳନ କରିବା ସହ ମୁହଁରେ ମାସ୍କ ପିନ୍ଧି ସାମାଜିକ ଦୂରତା ରକ୍ଷା କରି ଧାଡ଼ିରେ ଯାଇ ସିଂହଦ୍ୱାରରେ ପ୍ରବେଶ କରିବା ସହ ଉତର ଦ୍ୱାରରେ ପ୍ରସ୍ଥାନ କରୁଛନ୍ତି । ସେହିପରି ଅମାନିଆଙ୍କ ମନ୍ଦିର ପ୍ରବେଶ ଉପରେ ରୋକ୍ ଲଗାଇବା ପାଇଁ ମନ୍ଦିର ଭିତରେ ଓ ବାହାରେ ପୋଲିସ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି ।