
ଜୟପୁର,ପଇଡ଼ ବୋଝେଇ ଟ୍ରକ୍ ଯୋଗେ ସୋଗରରୁ ବିହାରକୁ ଗଞ୍ଜେଇ ଚାଲାଣ ବେଳେ ଲମତାପୁଟର କଂଚଣା ଛକ ନିକଟରେ ମାଛକୁଣ୍ଡ ପୋଲିସ ଚଢ଼ଉ କରି ଏହାକୁ ଧରିବାରେ ସଫଳ ହୋଇଛି । ଟ୍ରକ୍ ରୁ ୭ କ୍ୱିଂଟାଲ ଗଞ୍ଜେଇ ଜବତ ହୋଇଛି । ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ୭୦ ଲକ୍ଷ ହେବ । ଘଟଣାରେ ଟ୍ରକ୍ କୁ ଜବତ କରିବା ସହ ବିହାରର ୨ ଜଣଙ୍କୁ ଗିରଫ କରିଛି ପୋଲିସ । ଗତକାଲି ବିଳମ୍ବିତ ରାତିରେ ଏହି ଗଞ୍ଜେଇ ଚାଲାଣ କରାଯାଉଥିବା ବେଳେ ପୋଲିସ କୌଣସି ସୂତ୍ରରୁ ଖବର ପାଇ ସେଠାରେ ଚଢ଼ଉ କରିଥିଲା । ପୋଲିସ ପକ୍ଷରୁ ଏନେଇ ଅଧିକ ତଦନ୍ତ ଜାରୀ ରହିଛି ।