ନୂଆପଡ଼ା, ନୂଆପଡା ଜିଲ୍ଲାର ଖଡିଆଳ ବ୍ଲକର ବୋର୍ଡାପଡାକୁ ରାଜସ୍ଵ ଗ୍ରାମର ମାନ୍ୟତା ଦାବୀରେ ପଡାବାସୀ ଜିଲ୍ଲାପାଳଙ୍କ ଦ୍ଵାରସ୍ଥ ହେବା ସହ ଜିଲ୍ଲାପାଳ ସ୍ଵଧାଦେବ ସିଂହଙ୍କୁ ସାକ୍ଷାତ କରି ଏ ସମ୍ବଳିତ ଏକ ଦାବୀପତ୍ର ପ୍ରଦାନ କରିଛନ୍ତି । ପଡାବାସୀ ଦାବୀ ପତ୍ରରେ ଉଲ୍ଲେଖ କରିଛନ୍ତି ଯେ, ନୂଆପଡା ଜିଲ୍ଲା ଖଡିଆଳ ବ୍ଲକ ଚନାବେଡା ପଚାଂୟତ ଅଧିନରେ ରହିଛି ବୋର୍ଡାପଡା । ବୋର୍ଡାପଡାକୁ ଲାଗି ହାତୀପଡା ଏବଂ ସାନପଡାର ଅବସ୍ଥିତି ଥିବା ବେଳେ ୩ ଗୋଟି ପଡାରେ ଶିକ୍ଷା, ସ୍ଵାସ୍ଥ୍ୟ, ରାସ୍ତାଘାଟ ପରି ଅନେକ ସମସ୍ୟା ଲାଗି ରହିଅଛି । ଏହି ୩ ଗୋଟି ପଡାର ଜନସଂଖ୍ୟା ପ୍ରାୟ ୫୦୦ ହେବ । ଏଣୁ ଏହାକୁ ଦୃଷ୍ଟିରେ ରଖି ହାତୀପଡା, ସାନପଡା ଏବଂ ବୋର୍ଡାପଡାକୁ ମିଶାଇ ଏକ ରାଜସ୍ଵ ଗ୍ରାମର ମାନ୍ୟତା ପାଇଁ ଦାବୀ କରିଛନ୍ତି । ଦାବୀ ପତ୍ର ପ୍ରଦାନ ସମୟରେ ଜିଲ୍ଲା ପରିଷଦ ସଭ୍ୟ ଲମ୍ଵୋଧର ନିଆଲ, ପରମାନନ୍ଦ ଭୋଇ, ତୁଲାରାମ ଭୋଇ, ଯଶୋବନ୍ତ ଭୋଇ ପ୍ରମୁଖ ଉପସ୍ଥିତ ଥିଲେ ।
Related Stories
November 23, 2024