ମାଲକାନଗିରି, ମାଲକାନଗିରି ଜିଲ୍ଲା କାଲିମେଳା ବ୍ଳକ ଅନ୍ତର୍ଗତ ତେଲେରାଇ ପଞ୍ଚାୟତ ଅନ୍ତର୍ଗତ ଆମ୍ବପଦର ଗ୍ରାମର ମଙ୍ଗଳା ଖେମୁଡୁ ଙ୍କ ପୁଅ ନୀଳ ଖେମୁଡୁ (୩ ୫ )ଶୁକ୍ରବାର ଦିନ ୩ ଟା ବେଳେ ଡଙ୍କରାଇ ଡ୍ୟାମ କୁ ମାଛ ଧରିବାକୁ ଯାଇ ପାଣିରେ ବୁଡି ଯାଇଥିଲା!ଏ ସମ୍ପର୍କରେ ଶନିବାର ତେଲେରାଇ ସରପଞ୍ଚ କାଲିମେଳା ଅଗ୍ନିଶମ ବିଭାଗକୁ ଖବର ଦେବା ପରେ ଅଗ୍ନିଶମ କର୍ମଚାରୀ ମାନେ ସାଙ୍ଗରେ ବୋଟ ଧରି ବାହାରିଥିଲେ!ହେଲେ ପାହାଡିଆ ରାସ୍ତା ଓ ବର୍ଷା ଯୋଗୁଁ ଗାଡି ଆଗକୁ ଯାଇ ନପାରିବାରୁ କର୍ମଚାରୀ ମାନେ ଅଧବାଟରେ ଗାଡି ରଖି ପ୍ରାୟ ୧ ୫ କିଲୋମିଟର ଚାଲି ଚାଲି ଯାଇ ଡଙ୍କରାଇ ଡ୍ୟାମ ନିକଟରେ ପହଞ୍ଚି ଥିଲେ!ପରେ ଦେଶୀ ଡ଼ଙ୍ଗାସାହାଯ୍ୟ ରେ ଜଳ ଭଣ୍ଡାର ରେ ବହୁ ସମୟ ଧରି ଖୋଜା ଖୋଜି କରିଥିଲେ ମଧ୍ୟ ନିଖୋଜ ଯୁବକର କୋଣସି ସନ୍ଧାନ ପାଇନଥିଲେ!