ପୁରୀ ଦତ୍ତତୋଟା, ଜଗନ୍ନାଥ ଲେନ୍ ନିବାସୀ ସୂର୍ଯ୍ୟକାନ୍ତ ଦାସ ତିନୋଟି ରାକ୍ଷୀ ତିଆରି କରିଛନ୍ତି |ଏହି ରାକ୍ଷୀ ଗୁଡିକ ଗଢିବା ପାଇଁ ଆଇସକ୍ରିମ କାଠି, ଦିଆସିଲି କାଠି ଏବଂ ଅଦରକାରୀ କାଗଜର ବ୍ୟବହାର କରି ଗଢ଼ିଛନ୍ତି |ଏହି ରାକ୍ଷୀ ଗୁଡିକ ପବିତ୍ର ରାକ୍ଷୀ ପୂର୍ଣ୍ଣିମା ଉପଲକ୍ଷେ ସେ ତିଆରି କରିଅଛି।ସେଥିମଧ୍ୟରୁ ଏକ ସ୍ୱତନ୍ତ୍ର ରାକ୍ଷୀ ପାଇଁ ତାଙ୍କୁ 3 ଫର୍ଦ୍ଦ ଅଦରକାରୀ ଖବରକାଗଜ, ମଇଦା ଅଠା ଏବଂ କଲର୍ ବ୍ଯବହାର କରିବାକୁ ପଡିଥିଲା ଏବଂ ଏହି ରାକ୍ଷୀଟିର ଉଚ୍ଚତା 12 ଇଞ୍ଚ। ଏହି ରାକ୍ଷୀଟିକୁ ଗଢିବା ପାଇଁ ଶିଳ୍ପୀଙ୍କୁ 6 ଘଣ୍ଟା ସମୟ ଲାଗିଥିଲା ।
ଏହି ରାକ୍ଷୀ ପୂର୍ଣ୍ଣିମା ହେଉଛି ଭାଇ ଓ ଭଉଣୀର ଅତୁଟ ବିଶ୍ବାସ ଏବଂ ଭଲ ପାଇବାର ପ୍ରତୀକ। ଭଉଣୀର ସର୍ବଦା ରକ୍ଷା ବୋଲି ବଚନ ଦେଇ ଭାଇ ହାତରେ ରାକ୍ଷୀ ବାନ୍ଧିଥାଏ ଭଉଣୀ। ସେହି ରାକ୍ଷୀରେ ଥାଏ ଭଉଣୀର ଭାଇ ପ୍ରତି ଅତୁଟ ବିଶ୍ବାସ, ଶ୍ରଦ୍ଧା ଏବଂ ଭଲପାଇବା। ଶିଳ୍ପୀ ସୂର୍ଯ୍ୟକାନ୍ତ ଏହି ରାକ୍ଷୀ ପୂର୍ଣ୍ଣିମାରେ ସମସ୍ତ ଭାଇ ଭଉଣୀ ମାନଙ୍କ ଉଦେଶ୍ୟରେ ଏକ ବାର୍ତ୍ତା ଦେଇଛନ୍ତି |ସେ କହିଛନ୍ତି ରକ୍ଷା ବନ୍ଧନର ମାନେ ଏହା ନୁହେଁ ଯେ ରାକ୍ଷୀ ବାନ୍ଧିବା ପରେ ଭଉଣୀକୁ ଉପହାର ଦେଇ ଦେବା ବରଂ ରକ୍ଷା ବନ୍ଧନର ପ୍ରକୃତ ଅର୍ଥ ହେଉଛି ଭଉଣୀର ଖରାପ ସମୟରେ ତାର କବଚ ହୋଇ ତାର ପାଖରେ ଠିଆ ହେବା ଏବଂ ତାକୁ ସବୁ ବିପଦରୁ ରକ୍ଷା କରିବା।