– ଆସନ୍ତାକାଲିଠୁ ମାଲକାନଗିରିରେ ·ଲିବ ଦୁଇଟି ବସ୍
ଭୁବନେଶ୍ୱର – ମାଲକାନଗିରି ଜିଲ୍ଲାରେ ରୋଗୀ ଓ ସେମାନଙ୍କ ସହାୟକମାନଙ୍କର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଯିବାଆସିବା ପାଇଁ ରାଜ୍ୟ ସରକାରଙ୍କ ତରଫରୁ ଓଡ଼ିଶା ରାଜ୍ୟ ସଡ଼କ ପରିବହନ ନିଗମ ଦ୍ୱାରା ୨ ଟି ବସ୍ ଚାଲିବ । ଶନିବାର ଠାରୁ ଏହି ମାଗଣା ବସ୍ ସେବା ଆରମ୍ଭ ହେବ ।
ଗୋଟିଏ ବସ୍ ସକାଳ ୬.୩୦ ମିନିଟ୍ରେ ଜନତାପାଇଠାରୁ ବାହାରି ଯାନବାଇ ଚିତ୍ରକୋଣ୍ଡା, ବାଲିମେଳା ହୋଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ, ମାଲକାନଗିରିରେ ସକାଳ ୧୦ଟାରେ ପହଂଚିବ ଏବଂ ପୁନଃ ଅପରାହ୍ଣ ୪ଟାରେ ମାଲକାନଗିରିରୁ ବାହାରି ଉକ୍ତ ମାର୍ଗ ଦେଇ ପ୍ରତ୍ୟାବର୍ତନ କରି ଜନତାପାଇରେ ରାତି ୭.୩୦ମିନିଟ୍ରେ ପହଂଚିବ । ଅନ୍ୟ ବସ୍ଟି ସକାଳ ୬.୩୦ ମିନିଟ୍ରେ ମୋଟୁଠାରୁ ବାହାରି ଏମ୍.ଭି-୭୯, କାଲିମେଳା, ପଟେରୁ ହୋଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ମାଲକାନଗିରିରେ ଦିନ ୧୦ଟାରେ ପହଂଚିବ ଏବଂ ପୁନଃ ଅପରାହ୍ଣ ୪ଟାରେ ମାଲକାନଗିରିରୁ ପ୍ରତ୍ୟାବର୍ତନ କରି ରାତି ୭.୩୦ ମିନିଟ୍ରେ ମୋଟୁରେ ପହଂଚିବ ।
ମାଲକାନଗିରିର ଦୁର୍ଗମ ଅଂଚଳରେ ରହୁଥିବା ଲୋକମାନେ ଏହା ଦ୍ୱାରା ଚିକିତ୍ସାସେବା ପାଇବା ସହ ବହୁଳ
ଭାବେ ଉପକୃତ ହେବେ ବୋଲି ବାଣିଜ୍ୟ ଓ ପରିବହନ ବିଭାଗ ସୂତ୍ରରୁ ପ୍ରକାଶ ।