
ପୁରୀଜିଲ୍ଲା ପ୍ରଶାସନ ଏବଂ NHM ମିଳିତ ଆନୁକୂଲ୍ୟରେ ଶନିବାର ଦିନ ୧୦. ୩୦ ସମୟରେ ମୁଖ୍ୟ ଚିକିତ୍ସାଳୟ ପରିସରରେ ଏକ କରୋନା ସଚେତନତା ରଥର ଶୁଭଆରମ୍ଭ କରାଯାଇଛି |ଏହି ରଥଟି ପୁରୀଜିଲ୍ଲା କୃଷ୍ଣପ୍ରସାଦ ବ୍ଲକର ୧୨୭ ଟି ଗ୍ରାମରେ ପହଞ୍ଚି ଗ୍ରାମବାସୀଙ୍କୁ ସଚେତନ କରାଇବ ଯଥା ହାତକୁ ସାନିଟାଈଜ଼ କରିବା,ସର୍ବଦା ମାସ୍କ ପିନ୍ଧିବା ଏବଂ ସାମାଜିକ ଦୂରତା ରଖିବାକୁ ଗୁରୁତ୍ୱ ଦେବାପାଇଁ ବୁଝାଇବ |ତୃତୀୟ ଲହରୀ କୁ ଦୃଷ୍ଟିରେ ରଖି ଛୋଟ ପିଲାମାନେ ଟିକା ନ ନେଇ ଥିବାରୁ ସେମାନଙ୍କ ସୁରକ୍ଷା ପାଇଁ ସଚେତନ କରାଇବା ପାଇଁ ଏଭଳି ପଦକ୍ଷେପ ନିଆଯାଇଛି |ଏହି ରଥଟିକୁ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡାକ୍ତର ସୁଜାତା ମିଶ୍ର ପତାକା ଦେଖାଇ ଏହାର ଶୁଭ ଆରମ୍ଭ କରିଛନ୍ତି |ଏହି ସମୟରେ ଟି. ନାରାୟଣ ରାଓ ଏବଂ ଡାକ୍ତର ସୂର୍ଯ୍ୟକାନ୍ତ ପ୍ରମୁଖ ଉପସ୍ଥିତ ଥିଲେ |