– ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ପ୍ରଶିକ୍ଷାର୍ଥୀଙ୍କୁ ଦେଲେ ପ୍ରମାଣପତ୍ର
ଭୁବନେଶ୍ୱର – ଓଡ଼ିଆ ଭାଷାକୁ ଶାସ୍ତ୍ରୀୟ ମାନ୍ୟତା ମିଳିଥିବାବେଳେ ସରକାରୀ କାର୍ଯ୍ୟରେ ଓଡ଼ିଆ ଭାଷା ବ୍ୟବହାରକୁ ବ୍ୟାପକ ଓ ଫଳପ୍ରଦ କରିବା ପାଇଁ ପର୍ଯ୍ୟଟନ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ଶ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ ସଂପୃକ୍ତ ଅଧିକାରୀ ଓ କର୍ମ·ରୀମାନଙ୍କୁ ପରାମର୍ଶ ଦେଇଛନ୍ତି । “ସରକାରୀ କାର୍ଯ୍ୟାଳୟରେ ଓଡ଼ିଆ ଭାଷା ବ୍ୟବହାର’ ପ୍ରଶିକ୍ଷଣ କାର୍ଯ୍ୟକ୍ରମର ଉଦ୍ୟାପନ ପର୍ବରେ ଯୋଗଦେଇ ମନ୍ତ୍ରୀ ଶ୍ରୀ ପାଣିଗ୍ରାହୀ ଏହି ମର୍ମରେ ଏପରି ଉଦ୍ୟମ ଓଡ଼ିଆ ଭାଷାରେ ନଥି ପ୍ରସ୍ତୁତ କରିବାରେ ସଂପୃକ୍ତ କର୍ମ·ରୀମାନଙ୍କୁ ସାହାଯ୍ୟ କରିବ ବୋଲି ଉଲ୍ଲେଖ କରିଛନ୍ତି ।
“ସରକାରୀ କାର୍ଯ୍ୟାଳୟରେ ଓଡ଼ିଆ ଭାଷା ବ୍ୟବହାର’ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଗତ ୨୧ ତାରିଖରୁ ଆରମ୍ଭ ହୋଇଥିଲା । ଏଥିରେ ବିଭିନ୍ନ ସରକାରୀ ବିଭାଗର ୪୦ ଜଣ କର୍ମ·ରୀ ଓ ଅଧିକାରୀ ସାମିଲ ହୋଇ ସଫଳତାର ସହିତ ପ୍ରଶିକ୍ଷଣ ପାଇଥିଲେ । ମନ୍ତ୍ରୀ ଶ୍ରୀ ପ୍ରାଣିଗ୍ରାହୀ ପ୍ରଶିକ୍ଷାର୍ଥୀମାନଙ୍କୁ ପ୍ରମାଣପତ୍ର ପ୍ରଦାନ କରିଥିଲେ ।
କାର୍ଯ୍ୟକ୍ରମରେ ବିଭାଗୀୟ ପ୍ରମୁଖ ଶାସନ ସଚିବ ଶ୍ରୀ ମନୋରଞ୍ଜନ ପାଣିଗ୍ରାହୀ, ସାଧାରଣ ପ୍ରଶାସନ ବିଭାଗର
ଅତିରିକ୍ତ ଶାସନ ସଚିବ ଶ୍ରୀ ହିମାଂଶୁ ଭୂଷଣ ପଣ୍ଡା, ଶିକ୍ଷାବିତ୍ ଡ. କୈଳାସ ଚନ୍ଦ୍ର ଟୀକାୟତରାୟ ମଧ୍ୟ ବକ୍ତବ୍ୟ ରଖିଥିଲେ ।
ଓଡ଼ିଆ ଭାଷା ପ୍ରତିÂାନ ଆନୁକୂଲ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପ୍ରତିÂାନର ନିଦେ୍ର୍ଧଶକ ଡ. ତମସାରାଣୀ ଦାସମହାପାତ୍ର ଏପରି ଆୟୋଜନର ଉଦେ୍ଧଶ୍ୟ ସଂପର୍କରେ ଉଲ୍ଲେଖ କରିବା ସହିତ ଭବିଷ୍ୟତରେ ଏପରି ପ୍ରଶିକ୍ଷଣ ଜିଲ୍ଲାସ୍ତରରେ ମଧ୍ୟ କରାଯିବ ବୋଲି କହିଥିଲେ । କାର୍ଯ୍ୟକ୍ରମରେ ଶ୍ରୀ ସୁରେନ୍ଦ୍ର କୁମାର ଦାଶ, ଡ. ହରପ୍ରସାଦ ମିଶ୍ର, ଡ. ସିତାଂଶୁ କୁମାର ଦାଶ ଓ ଶ୍ରୀ ବୈଷ୍ଣବ ଚରଣ ମହାନ୍ତି ପ୍ରଶିକ୍ଷକ ଭାବରେ ଦାୟିତ୍ୱ ନିର୍ବାହ କରିଥିଲେ ।