ଟ୍ରେନରେ ରାୟଗଡା ପହଂଚିଥିବା ଶ୍ରୀ ବୈଷ୍ଣବ ମହାରାଜା କୃଷ୍ଣ ଚନ୍ଦ୍ର ଗଜପତି ନାରାୟଣ ଦେବଙ୍କ ପ୍ରତିମୂର୍ତିରେ ମାଲ୍ୟାର୍ପଣ କରି ଶ୍ରଦ୍ଧା ସୁମନ ଜ୍ଞାପନ କରିଥିଲେ ।ରାୟଗଡା ଠାରେ ଜନ ଆଶୀର୍ବାଦ ଯାତ୍ରା ଅବସରରେ ସ୍ଥାନୀୟ ନାଗରିକ ମଂଚ, ବିଭିନ୍ନ ସାମାଜିକ ଅନୁଷ୍ଠାନ ପକ୍ଷରୁ ଊତ୍ସସିତ ସମ୍ବର୍ଦ୍ଧନା ଦିଆ ଯାଇଥିଲା ।
ସେ ଏହି ଅବସରରେ କହିଥିଲେ ଯେ ଏବେ ଘରେ ଘରେ ଗାଁ ମାନଙ୍କରେ ଯୋଗାଯୋଗ ବ୍ୟବସ୍ଥା କିପରି ପହଂଚିି ପାରିବ ସେଥି ପ୍ରତି ବିଶେଷ ଧ୍ୟାନ ଦିଆଯାଉଅଛି ଓ ରାୟଗଡା ଠାରେ ରେଳ ମଣ୍ଡଳ ଓ ରେଳ ଯୋଗାଯୋଗ ବୃଦ୍ଧି କରିବାକୁ ସମୀକ୍ଷା କରିବି । ପ୍ରଧାନ ମନ୍ତ୍ରୀଙ୍କ ସଂକଳ୍ପ “ପୂର୍ବୋଦୟରୁ ଭାରତର ବିକାଶ” କାର୍ଯ୍ୟକ୍ରମରେ ରାୟଗଡା ଠାରେ ଜନ ଆଶୀର୍ବାଦ ଯାତ୍ରା – ମା ଙ୍କୁ ସମ୍ମାନ ଦେଇ ଉଜ୍ଜଳା ଗ୍ୟାସ ସଂଯୋଗ ଏବଂ ଶୌଚାଳୟ ବ୍ୟବସ୍ଥା ସହ ଅନ୍ୟ ଜନ କଲ୍ୟାଣକାରୀ କାର୍ଯ୍ୟକ୍ରମକୁ ତ୍ୱରାନ୍ୱିତ କରାଯାଉଛି ।