ଗଞ୍ଜାମ, ଉତର ଘୁମୁସର ବନଖଣ୍ଡ ମୁଜାଗଡ଼ ବନାଚଂଳର କୁଲାଡ଼ ସେକ୍ସନ ଅଧିନ ରାଜପଲ୍ଲୀ ଗ୍ରାମ ନିକଟରେ ବାରହା ମାଂସ ବିକ୍ରୀ ଅଭିଯୋଗରେ ତାରାସିଂ ଥାନା ଅନ୍ତର୍ଗତ ଉଲବନ ଗ୍ରାମର ଲୋକନାଥ ରଣାକୁ ଗିରଫ କରାଯାଇଛି । ଲୋକନାଥ ବାରହା ଶିକାର କରି ମାଂସ ବିକିବା ଲାଗି କୁଲାଡ଼ ଯାଉଥିଲା । ଏହି ସମୟରେ ବନପାଳ ଶୁଭସ୍ମିତା ପାତ୍ର ସଦଳବଳେ ଚଢ଼ଉ କରିଥିଲେ । ଅଭିଯୁକ୍ତ ନିକଟରୁ ୪ କେଜି ମାଂସ ସହିତ ବାରହା ଚମଡ଼ା ଜବତ ହୋଇଛି । ଲୋକନାଥକୁ ଗିରଫ ପରେ କୋର୍ଟଚାଲାଣ କରାଯାଇଥିବା ନେଇ ରେଞ୍ଜର୍ ବିମ୍ବାଧର ସାହୁ ପ୍ରକାଶ କରିଛନ୍ତି । ଏହି ଚଢ଼ଉରେ ବନରକ୍ଷୀ ବର୍ଷାରାଣୀ ସାହୁ ମଧ୍ୟ ସାମିଲ୍ ଥିଲେ ।
Related Stories
November 23, 2024