ପୁରୀରେ ଜନ ଆଶିର୍ବାଦ ଯାତ୍ରା ସମୟରେ ଶ୍ରୀ ଶ୍ରୀକ୍ଷେତ୍ର ସୂଚନା , ପୁରୀ ପକ୍ଷରୁ ଓଡିଶାର ଦୁଇ କେନ୍ଦ୍ରମନ୍ତ୍ରୀ ଶ୍ରୀଯୁକ୍ତ ର୍ଧମେନ୍ଦ୍ର ପ୍ରଧାନ ଓ ଶ୍ରୀଯୁକ୍ତ ଆଶ୍ୱିନି ବୈଷ୍ଣବ ମହୋଦୟ ଙ୍କୁ ସମ୍ପଦ୍ଧିତ କରାଯାଇଥିଲା । ଏହି ଅବସରରେ ମାନ୍ୟବର ଶିକ୍ଷା ମନ୍ତ୍ରୀ ଓ ରେଳ ମନ୍ତ୍ରୀ ଙ୍କୁ ଏକ ଦାବି ପତ୍ର ପ୍ରଦାନ କରାଯାଇଥିଲା ସାମନ୍ତ ଚନ୍ଦ୍ରଶେଖର ମହାବିଦୟାଳୟ କୁ କେନ୍ଦ୍ରୀୟ ବିଶ୍ୱ ବିଦ୍ୟାଳୟର ମାନ୍ୟତା , ପୁରୀ କେନ୍ଦ୍ରୀୟ ବିଦ୍ୟାଳୟରେ +୨ ବିଜ୍ଞାନ ଓ ବାଣିଜ୍ୟ ଶ୍ରେଣୀରେ ବର୍ତ୍ତମାନର ପରିସ୍ଥିତି ଅନୁଯାୟୀ ସିଟ ସଂଖ୍ୟା ଆଉ ୧୨୦ ଟି ବୃଦ୍ଧି କରିବା ପାଇଁ ଅନୁରୋଧ କରାଯାଇଛି ଏବଂ ପୁରୀଠାରେ ଏକ କେନ୍ଦ୍ରୀୟ ଦକ୍ଷତା ବିକାଶ ର ଏକ ଅନୁଷ୍ଠାନ ପ୍ରତିଷ୍ଠା ।
ପୁରୀ ରେଳ ଷ୍ଟେସନ କୁ ବିଶ୍ଵସ୍ତରୀୟ ଷ୍ଟେସନ ଭାବେ ଉନ୍ନତି କରିବା ।ଯଥା ଶୀଘ୍ର ସିଦ୍ଧମହାବୀର ରେଲୱେ ଓଭର୍ ବ୍ରିଜ ନିର୍ମାଣ କରିବା ଓ ପୁରୀର ବହୁ ପ୍ରତିକ୍ଷିତ ପୁରୀ ଠାରୁ କୋଣାର୍କ ପ୍ରର୍ଯ୍ୟନ୍ତ ରେଲୱେ ଲାଇନ୍ ନୂତନ ଭାବେ ସଂଯୋଗି କରଣ ଦାବି ଉପସ୍ଥାପନା କରାଯାଇଥିଲା ଏବଂ ସମସ୍ତ ଦାବିକୁ ତୁରନ୍ତ କାଯ୍ୟାଦେଶ ଦେବା ପାଇଁ ଉଭୟ ମନ୍ତ୍ରୀ ଙ୍କୁ ଅନୁରୋଧ କରାଯାଇଥିଲା | ଏହି ଅବସରରେ ଅନୁଷ୍ଠାନ ପକ୍ଷରୁ ହରେକୃଷ୍ଣ ଶତପଥୀ , ବଦ୍ରି ମିଶ୍ର, ଶ୍ୟାମ ପ୍ରକାଶ ସେନାପତି, ସତ୍ୟବ୍ରତ ଦାସ , ନାରାୟଣ ପାତ୍ର, ସଂଗ୍ରାମ କାନୁନଗୋ, ବିଦ୍ରୋହ ସିଂ, ବିଶ୍ଵନାଥ ମିଶ୍ର,ପୁଷ୍କର ସାହୁ ଓ ଅନୁଷ୍ଠାନର ସଂପାଦକ ରାଜେଶ କୁମାର ମହାନ୍ତି ଯୋଗ ଦେଇଥିଲେ।