ଭୁବନେଶ୍ୱର – ଏଣିକି ବିଦ୍ୟାଳୟର ଶିକ୍ଷକ ଏବଂ ଛାତ୍ରଛାତ୍ରୀଙ୍କର ଅନଲାଇନ୍ ଉପସ୍ଥାପନ ନିଆଯିବ । ପାଇଲଟ୍ ପ୍ରୋଜେକ୍ଟ ଭାବେ ଗୋଟିଏ ଜିଲ୍ଲାର ଗୋଟିଏ ବିଦ୍ୟାଳୟର ଶିକ୍ଷକ ଏବଂ ଛାତ୍ରଛାତ୍ରୀଙ୍କର ପ୍ରକୃତ ସମୟ ଉପସ୍ଥାପନ ପାଇଁ ଅନଲାଇନ୍ ବ୍ୟବସ୍ଥା ଗ୍ରହଣ କରାଯିବ । ୫-ଟି ମାଧ୍ୟମରେ ବିଭାଗୀୟ ବିଭିନ୍ନ ଯୋଜନାକୁ ଲୋକାକଭିମୁଖୀ କରିବା ପାଇଁ କାର୍ଯ୍ୟକ୍ରମମାନ ହାତକୁ ନିଆଯାଇଛି ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ଶ୍ରୀ ସମୀର ରଞ୍ଜନ ଦାଶ କହିଛନ୍ତି ।
ଅନ୍ୟପକ୍ଷରେ ରାଜ୍ୟର ୩୦ ଗୋଟି ଜିଲ୍ଲାରେ ୧୦୦ ଗୋଟି ଉଚ୍ଚ ବିଦ୍ୟାଳୟକୁ ଉକ୍ରର୍ଷ ବିଦ୍ୟାଳୟ ଭାବେ ଚିହ୍ନଟ କରାଯାଇ ଗୁଣାତ୍ମକ ଶିକ୍ଷାର ବିକାଶ ନିମନ୍ତେ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି । ଷ୍ଟୁଡେଂଟ ହେଲ୍ପ ଲାଇନ୍ ନମ୍ବରକୁ ସରଳୀକରଣ କରାଯାଇ ୫ ଡିଜିଟ୍ ନଂ-୧୪୪୧୭ କରାଯାଇଛି । ଏଥିସହିତ ଷ୍ଟୁଡେଂଟ ଫିଡ୍ବ୍ୟାକ୍ ଡାଇରୀ ଏବଂ ଏସ୍.ଏମ୍.ସି./ପି.ଟି.ଏ. ଡାଇରୀ ପ୍ରଚଳନ ବ୍ୟବସ୍ଥା କରାଯାଉଛି ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି ।
ଶୁକ୍ରବାର ପୂର୍ବାହ୍ନରେ ଲୋକ ସେବା ଭବନ ପ୍ରକୋÂରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ଶ୍ରୀ ଦାଶଙ୍କ ଅଧ୍ୟକ୍ଷତାରେ ୫-ଟି ସମ୍ପର୍କିତ ଏକ ବୈଠକ ଅନୁÂିତ ହୋଇଥିଲା । ଏଥିରେ ମନ୍ତ୍ରୀ ଶ୍ରୀ ଦାଶ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗରେ ମୁଖ୍ୟମନ୍ତ୍ରୀଙ୍କ ୫ “ଟି’ ଆଧାରରେ ସମସ୍ତ କାର୍ଯ୍ୟ କରିବାକୁ ବିଭାଗୀୟ ଅଧିକାରୀମାନଙ୍କୁ ନିଦେ୍ର୍ଧଶ ଦେଇଥିଲେ ।
ଅନ୍ୟମାନଙ୍କ ମଧ୍ୟରେ କମିଶନର ତଥା ଶାସନ ସଚିବ ଶ୍ରୀମତୀ ଚିତ୍ରା ଅରୁମୁଗମ୍ , ସ୍ୱତନ୍ତ୍ର ସଚିବ ଶ୍ରୀ ବିଶ୍ୱନାଥ ପ୍ରଧାନ, ଓସେପାର ସ୍ୱତନ୍ତ୍ର ପ୍ରକଳ୍ପ ନିଦେ୍ର୍ଧଶକ ଶ୍ରୀ ଭୂପିନ୍ଦର ସିଂ ପୁନିଆଁ, ବିଭାଗୀୟ ଅର୍ଥ ପରାମର୍ଶଦାତା ଶ୍ରୀ ଦିଲ୍ଲୀପ କୁମାର ଶତପଥୀ ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।