ସିଦ୍ଧମହାବୀର ରୋଡ ଓଭରବ୍ରିଜ କ୍ରିୟାନୁଷ୍ଠାନ କମିଟି, ପୁରୀ ତରଫରୁ ଭାରତୀୟ ରେଳମନ୍ତ୍ରୀ ଙ୍କୁ ଭେଟି ସ୍ମାରକପତ୍ର ପ୍ରଦାନ କରାଯାଇଛି |ବହୁ ପ୍ରତିକ୍ଷିତ ମାଟିଆପଡା ସିଦ୍ଧ ମହାବୀର ରୋଡ ଓଭରବ୍ରିଜ ନିର୍ମାଣ ପାଇଁ ପାର୍ଲ୍ୟାମେଣ୍ଟରେ ପାରିତ ହୋଇ ପ୍ରସ୍ତାବିତ ୫୩.୮୦ କୋଟି ମଂଜୁରୀ ପରେ ଅତିରିକ୍ତ ୧୨୦ କୋଟି ମଞ୍ଜୁର ହୋଇସାରିଛି । ମାତ୍ର ରାଜନୈତିକ ଇଚ୍ଛାଶକ୍ତି ଅଭିବରୁ କାର୍ଯ୍ୟ ଅଗ୍ରଗତି ଧୀମା ଗତୀ ଧରିଛି | ତୁରନ୍ତ ନିର୍ମାଣ କାର୍ଯ୍ୟ ସହିତ ସ୍ଥାନୀୟ ବ୍ୟାବସାୟିକ ପ୍ରତିଷ୍ଠାନ ଓ ଶହଶହ ବର୍ଷ ର ବାସିନ୍ଦାଙ୍କୁ ଉପଯୁକ୍ତ ଥଇଥାନ କରିବା ପାଇଁ ଭାରତୀୟ ରେଳମନ୍ତ୍ରୀ ଙ୍କୁ ଭେଟି ଦାବିପତ୍ର ସମ୍ବଳିତ ସ୍ମାରକପତ୍ର ପ୍ରଦାନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ବିଶ୍ଵନାଥ ଦାଶ, ଅମରେନ୍ଦ୍ର ପାଇକରାୟ, ରାଜେଶ ମିଶ୍ର, ଶକ୍ତି ନାୟକ, ବିଜୟ ମିଶ୍ର, ଅଶୋକ କୁମାର ନାୟକ, ରାଧାଶ୍ୟାମ ମହାନ୍ତି, ସ୍ମୃତିରେଖା ମିଶ୍ର, ରାମଚନ୍ଦ୍ର ମହାପାତ୍ର, ଶଙ୍କର ପ୍ରସାଦ ପ୍ରମୁଖ ଉପସ୍ଥିତ ଥିଲେ ।
Related Stories
November 23, 2024