ପୁରୀ ସହର ରେ ହଜାର ହଜାର ଉଠାଦୋକାନୀ ସେମାନଙ୍କ ଗୁଜୁରାଣ ମେଣ୍ଟାଇବା ପାଇଁ ଦୋକାନ ହିଁ ମୁଖ୍ୟ ଆୟର ପନ୍ଥା | କିନ୍ତୁ କରୋନା ର ପ୍ରଥମ ଓ ଦ୍ୱିତୀୟ ଲହର ରେ ପର୍ଯ୍ୟଟକ ନ ଆସିବା ଯୋଗୁଁ ବିଶେଷ କରି ଉଠାଦୋକାନୀ ଙ୍କ ଜୀବିକା ଠପ ହୋଇଯାଇଛି ପ୍ରାୟ ଭୋକ ଉପାସ ରେ ଦିନ କାଟୁଛନ୍ତି | ମୁନିସିପାଲିଟି ପ୍ରତ୍ୟହ ଇଜିରା ଆଦାୟ କରୁଛି କିନ୍ତୁ ସେମାନଙ୍କୁ ଚିହ୍ନଟ କରି ପଞ୍ଜିକୃତ କରି ନାହିଁ | ଫଳରେ ସରକାର ଙ୍କ ଘୋଷିତ କରୋନା ସହାୟତା ପାଇଲେ ନାହିଁ |ଜୀବନ ଜୀବିକା ସଙ୍କଟ ରେ ଥିବା ବେଳେ ମୁନିସିପାଲିଟି ଯେଉଁ ଭଳି ଭାବେ ଉଛେଦ ଓ ଭଙ୍ଗାଭଙ୍ଗୀ କରିବା ପାଇଁ ପ୍ରଚାର କରୁଛି ତାହା ନିନ୍ଦନୀୟ |ବର୍ଷ ବର୍ଷ ଧରି ଏକ ମାତ୍ର ଆୟ ର ଭରସା ତାହା ଦୋକାନ |ଦୋକାନ ଉଜୁଡିଗଲେ ବଂଚିବା ମରିବା ସମାନ ହୋଇଯିବ |ରାସ୍ତା କଡରେ ଭେଣ୍ଡିଙ୍ଗ ଜୋନ କରି ଥଇଥାନ ସହ ସହାୟତା ଦିଆ ଯିବା ପାଇଁ ପୁରୀ ଜିଲ୍ଲା ଉଠାଦୋକାନୀ ମହାସଂଘ ଆଜି ମୁନିସିପାଲିଟି ଅଫିସରେ ସମ୍ମୁଖରେ ବିକ୍ଷୋଭ ସହ ଦାବୀ ପତ୍ର ପ୍ରଦାନ କରିଛି |
ଏଥିରେ ସଭାପତି ଶରତ କୁମାର ରାୟଗୁରୁ ସମସ୍ତ ଉଠାଦୋକାନୀ ଙ୍କୁ ଚିହ୍ନଟ କରି ପଞ୍ଜିକୃତ କରାଯାଉ, ସମସ୍ତ ଙ୍କୁ ସରକାରୀ ଘୋଷିତ କରୋନା ସହାୟତା 3000ଟଙ୍କା ଦେବା ସହ 20000 ଟଙ୍କା ବ୍ୟାଙ୍କ ଲୋନ ଯୋଗାଇ ଦିଆଯାଉ, ଦୋକାନ କରିଥିବା ସ୍ଥାନ ରେ ଯୋଜନା ବଦ୍ଧ ଭାବେ ଭେଣ୍ଡିଙ୍ଗ ଜୋନ କରି ସ୍ଥାୟୀ ଦୋକାନ ଆବଣ୍ଟନ କରାଯାଉ,ବେଆଇନି ଭାବେ ଉଛେଦ ଓ ଭଙ୍ଗାଭଙ୍ଗୀ ବନ୍ଦ କରାଯାଉ ବୋଲି ଦାବୀ କରିଛନ୍ତି | ସମ୍ପାଦକ ରାମକୃଷ୍ଣ ମୁଦ୍ରା,ମନୋରଞ୍ଜନ ମହାରଣା କାମଦେବ ଆପଟ, ପ୍ରଦୀପ ତ୍ରିପାଠୀ, କାଳିଆ ବାରିକ,ବିମଳ ପଣ୍ଡା , ଗଙ୍ଗାଧର ଖୁଣ୍ଟିଆ,ଦୀପକ ଦେବନାଥ, ଗୋପାଳ ରାଏ, ଅରୁଣ ଶିକଦାର ପ୍ରମୁଖ ବିକ୍ଷୋଭ ର ନେତୃତ୍ୱ ନେଇଥିଲେ |କାର୍ଯ୍ୟନିର୍ବାହୀ ଅଧିକାରୀ ଙ୍କ ସହ ଆଲୋଚନାରେ ପୁରୀରେ ସର୍ବାଧିକ ୪୨00 ଦୋକାନୀ ଙ୍କୁ କରୋନା ସହାୟତା ଦିଆଯାଇଛି ଓ ଅନ୍ୟମାନେ ଦରଖାସ୍ତ କରନ୍ତୁ ଓ ବିଭିର୍ଣ୍ଣ ସ୍ଥାନ ରେ ଭେଣ୍ଡି ଜୋନ ଆଲୋଚନା ମାଧମରେ କରାଯିବ ବୋଲି କହିଥଲେ |