-
ପୁରୀରେ ରେଳଷ୍ଟେସନକୁ ବିଶ୍ୱସ୍ତରୀୟ ଓ ୨୦ଟି କେନ୍ଦ୍ରିୟ ବିଦ୍ୟାଳୟ ନିର୍ମାଣ ଦାବୀ
ପୁରୀ ପାଇଁ ନାହିଁ ଯାହାର କିଛି ଅବଦାନ,
କାହିଁକି ସ୍ୱାଗତ ସେଇ କେନ୍ଦ୍ର ମନ୍ତ୍ରୀଙ୍କର…
ସାଧାରଣ ଲୋକଙ୍କ ମୁଣ୍ଡରେ ପେଟ୍ରୋଲ ଡିଜେଲ ଦର ବୃଦ୍ଧି ବୋଝ ଲଦିବା ପରେ ଶିକ୍ଷା ବିଭାଗକୁ ଡେଇଁଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ | ଏ ପଯ୍ୟନ୍ତ ଓଡ଼ିଶାର ବିକାଶ ନିମନ୍ତେ କରିଛନ୍ତି କଣ। ପୁରୀ ପାଇଁ ତାଙ୍କ ଅବଦାନ ଶୂନ୍ୟ। ଓଡିଶାର ଅନେକ ସରକାରୀ ଶିକ୍ଷାନୁଷ୍ଠାନ ବନ୍ଦ ହେଉଛି ହେଲେ, ବେସରକାରୀ ଶିକ୍ଷାନୁଷ୍ଠାନ ଛତୁ ଫୁଟିଲା ଭଳି ଖୋଲୁଛି | ସରକାରି ସ୍କୁଲରେ ଶିକ୍ଷକ ପଦବୀ ଖାଲି ପଡ଼ିଛି,ରାଜରାସ୍ତା ରେ ଶିକ୍ଷକ ଆନ୍ଦୋଳନରତ | ପୁରୀ ଜିଲ୍ଲାରେ ମାତ୍ର ଗୋଟିଏ ସେଣ୍ଟ୍ରାଲ ସ୍କୁଲ। କେବଳ ବଡ଼ବଡ଼ିଆ ବାବୁ ଓ ମନ୍ତ୍ରୀଙ୍କ ଖାସ ଲୋକ ସେଣ୍ଟ୍ରାଲ ସ୍କୁଲରେ ଆଡ଼ମିଶନ ପାଇ ପଢ଼ିବ, ଗରିବ ପିଲାମାନେ ଏଠି ପଢ଼ିବାକୁ ଆଡ଼ମିଶନ ଦିଆଯାଉନି। ତେଣେ ଗରିବ ପିଲା ସରକାରି ସ୍କୁଲ ବାରଣ୍ଡାରେ ବସି ପିଲା ପାଠ ପଢୁଛି। ଶିକ୍ଷାର ବିକାଶ ନାମରେ କେବଳ ଗରିବ ପିଲାମାନଙ୍କୁ ବଳି ପକା ଯାଉଛି। ତୁମେ ଫେରି ଯାଅ, ପୁରୀରେ ଅତି କମରେ ୨୦ଟି କେନ୍ଦ୍ରିୟ ବିଦ୍ୟାଳୟ କରିବା ପରେ ପୁରୀ ଆସିବ।
ସେହିପରି ରେଳର ମନ୍ତ୍ରୀ ତୁମେ ଫେରି ଯାଅ। ପୁରୀ ରେଳଷ୍ଟେସନକୁ ବିଶ୍ୱସ୍ତରୀୟ କରିଲ ନାହିଁ ଯାତ୍ରୀ ଏଠି ହିନସ୍ତା ହେଉଛନ୍ତି । ପୁରୀ ସିଦ୍ଧମହାବୀର ଓଭରବ୍ରିଜ ଆଜି ପଯ୍ୟନ୍ତ ସ୍ବପ୍ନ ହୋଇ ରହିଛି | ରେଳଷ୍ଟେସନ ବିକାଶ କାମରେ ଦୁର୍ନୀତି ସୀମା ଟପିଛି। 4 କୋଟି ବ୍ୟୟରେ ନିର୍ମିତ tourist complex ମଦ ଆଡା ହୋଇଛି। ରେଳଷ୍ଟେସନ ଡାକଘର ସ୍ଥାନାନ୍ତର କରିଛ। BNR ଠାରେ ଥିବା ଐତିହାସିକ ରେଳ ଇଂଜିନ ଉଠାଇ ନେବାକୁ ଚକ୍ରାନ୍ତ କରିଛ। ଏ ପଯ୍ୟନ୍ତ ପୁରୀ-କୋଣାର୍କ ରେଳପଥ ନିର୍ମାଣ କାମ ଆରମ୍ଭ ହୋଇନାହିଁ । ପୁରୀରୁ ବୁଲେଟ ଟ୍ରେନ ଗଡ଼ିଲାନାହିଁ । ୪ ଧାମ ଭିତରେ ପ୍ରମୁଖ ଧାମ ପୁରୀ ପ୍ରତି କେନ୍ଦ୍ର ସରକାରଙ୍କ ଅବହେଳା ଜାରି ରହିଛି। ଜନ ଆଶୀର୍ବାଦ ଯାତ୍ରା ନାମରେ ଲୋକଙ୍କୁ ଠକିବା ବନ୍ଦ କର |
ତୁମେ ଫେରିଯାଅ ୨ କେନ୍ଦ୍ରମନ୍ତ୍ରୀ ନାରାବାଜି କରିବା ସହ ପୁରୀ ଜ଼ିଲ୍ଲା ଯୁବ କଂଗ୍ରେସ ନେତା ଆଲୋକ କୁମାର ଦାଶ, ଛାତ୍ର କଂଗ୍ରେସ ଜ଼ିଲ୍ଲା ପୂର୍ବତନ ସଭାପତି ଆଶୁତୋଷ ମିଶ୍ର, ବସ୍ତି ଯୁବ ନେତା ମନୋଜ ମଣ୍ଡଳ, ଛାତ୍ର ନେତା ଅନିଲ ବେଜ, ଅଗସ୍ତିନ ଜୋସେଫ, ରୀସାନ ଦାଶ, ଯୁବରାଜ ସିଂ, ହ୍ୱିପିଜୁଲ ରହମାନ, ବିକ୍ରମ ପ୍ରଧାନ, ଅଜୟ କୁମାର ବେହେରା, ଓମ ପରିଡା, ଗୌରବ ପଣ୍ଡା, ସୋମନାଥ ନାୟକ, ରୁଦ୍ର କୁମାର ଜେନା, ଦୟା କିରନ ଙ୍କ ସହ ଶତାଧିକ କର୍ମୀ ୨କେନ୍ଦ୍ରମନ୍ତ୍ରୀ ଙ୍କ ଗସ୍ତ କୁ ବିରୋଧ ସ୍ୱରୂପ ଝଡ଼େଶ୍ୱରୀ ମନ୍ଦିର ଛକ ଠାରେ କେନ୍ଦ୍ରମନ୍ତ୍ରୀ ସ୍ୱାଗତ ପୋଷ୍ଟର ରେ କାଳୀ ମାଡ କରିଥିଲେ |ସେହି ସମୟରେ ପୋଲିସ ସେମାନଙ୍କୁ ଉଠାଇ ନେଇ କୁମ୍ଭାରପଡ଼ା ଥାନାରେ ଅଟକ ରଖିଛି |