ମାଲକାନଗିରି – ମହଙ୍ଗା ପଡ଼ିଲା ନିମ୍ନମାନର ଛତୁଆ ଯୋଗାଣ । ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକର ଭାରପ୍ରାପ୍ତ ସମନ୍ୱିତ ଶିଶୁ କଲ୍ୟାଣ ପ୍ରକଳ୍ପ ଅଧିକାରୀ (ସିଡିପିଓ) ଲତାମଞ୍ଜୁଳା ପ୍ରଧାନଙ୍କୁ ନିଲମ୍ବିତ କରିଛନ୍ତି ଜିଲ୍ଲାପାଳ । କାଲିମେଳା ବ୍ଲକ ଅନ୍ତର୍ଗତ ୨ ଟି ଛତୁଆ ପ୍ରସ୍ତୁତି କେନ୍ଦ୍ର ଗସ୍ତ କରିବା ପରେ ପିଲାଙ୍କୁ ନିମ୍ନମାନର ଛତୁଆ ଦିଆଯାଉଥିବା ଜାଣିବାକୁ ପାଇଥିଲେ ଜିଲ୍ଲାପାଳ ମନୀଷ ଅଗ୍ରୱାଲ । ଏହାପରେ ସିଡିପିଓଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଏମପିଭି- ୨ ୭ ଓ ଏମପିଭି ୩୫ ଠାରେ ଛତୁଆ କେନ୍ଦ୍ରରେ ଅସ୍ୱାସ୍ଥ୍ୟକର ପରିବେଶରେ ସରକାରୀ ନୀତି ନିୟମ ବାହାରେ ନିମ୍ନମାନର ଛତୁଆ ପ୍ରସ୍ତୁତ ହେଉଥିବା ନେଇ ଅଭିଯୋଗ ହେଉଥିଲା । ଜିଲ୍ଲାପାଳ ଛତୁଆ ପ୍ରସ୍ତୁତ କରୁଥିବା ସ୍ୱୟଂ ସହାୟକ ଗୋଷ୍ଠୀର ଲାଇସେନ୍ସ ବାତିଲ୍ କରିବାକୁ ସାଧାରଣରେ ଦାବୀ ହେଉଛି ।
Related Stories
November 24, 2024
November 24, 2024