ମହାତ୍ମାଗାନ୍ଧୀଙ୍କ ପୁରୀ ଆଗମନର ଶତାବର୍ଷିକୀ ଉପଲକ୍ଷେ ପ୍ରତିବର୍ଷ ଭଳି ଚଳିତ ବର୍ଷ କୁମାର ଉତ୍ସବ ସମିତି, ଆମ ଓଡିଶା, ଶ୍ରୀକ୍ଷେତ୍ର ଯୁବା ଏବଂ ବୋର୍ଡ଼ିଂଛକ ନିକଟ ଗଣେଶ ପୂଜା କମିଟି ମିଳିତ ଆନୁକୂଲ୍ୟରେ ଏକ ସ୍ବେଛାକୃତ ରକ୍ତଦାନ ଶିବିର ଚନ୍ଦ୍ରଶେଖର ପାଠାଗାରରେ ଅନୁଷ୍ଠିତ ହୋଇଯାଇଛି |ଏହି କାର୍ଯ୍ୟକ୍ରମରେ ପୁରୀ ବିଧାୟକ ଜୟନ୍ତ କୁମାର ଷଡ଼ଙ୍ଗୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପ୍ରଦୀପ ପ୍ରଜ୍ବଳନ କରିଥିଲେ |
ଏହି ଶିବିରରେ ମୋଟ ୫୫ ଜଣ ରକ୍ତଦାନ କରିବା ସହ କୁମାର ଉତ୍ସବ ସମିତି ଏବଂ ଲୋହିୟା ଏକାଡେମୀ ତରଫରୁ କରୋନାରେ ପ୍ରଭାବିତ ଅସହାୟଙ୍କୁ ରାସନ ସାମଗ୍ରୀ ବଣ୍ଟନ କରାଯାଇଥିଲା |ଏହି ମହତ କାର୍ଯ୍ୟରେ ପୁରୀ ବିକାଶ ପରିଷଦ ସଭାପତି ଜଗନ୍ନାଥ ବସ୍ତିଆ, ଶିକ୍ଷାବିତ ରଘୁନାଥ ମହାପାତ୍ର, ସମାଜସେବୀ ଚକ୍ରଧର ମହାପାତ୍ର, ରାଜେଶ ମିଶ୍ର, କବି ବଦ୍ରି ମିଶ୍ର, ମନୋଜ ରଥ, ବିଦୂତ ଲତା ଆଚାର୍ଯ୍ୟ, ମଧୁସୂଦନ ମିଶ୍ର, ଶ୍ୟାମକାନ୍ହା ପଟ୍ଟନାୟକ, ସୁକାନ୍ତ ପଣ୍ଡା, ସରସ୍ବତୀ ପାତ୍ର, ପୁରୀଜିଲ୍ଲା କିନ୍ନର ସଙ୍ଘ ସଭାପତି ପ୍ରିୟାଂଶି ଦାସ, ଦେବକୀ, ଶ୍ୟାମ ପ୍ରକାଶ ସେନାପତି, ବିଶ୍ୱଭୂଷଣ ବାରିକ ଓ ପ୍ରଶାନ୍ତ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ |
ଏହି କାର୍ଯ୍ୟକ୍ରମ କୁମାର ଉତ୍ସବ ସମିତିର ସମ୍ପାଦକ ସ୍ୱାଧୀନ କୁମାର ପଣ୍ଡାଙ୍କ ତତ୍ୱାବଧାନରେ ପରିଚାଳିତ ହୋଇଥିଲା ଓ ଅନୁଷ୍ଠାନର ସମସ୍ତ କର୍ମକର୍ତ୍ତା ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳ କରିବା ସହ ଓଡିଶା ରକ୍ତଭଣ୍ଡାର ପୁରୀ ଅଧିକାରୀ ଡ଼ ଦୀପକ କୁମାର ସାହୁ ଓ ଅନ୍ୟମାନେ ରକ୍ତ ସଂଗ୍ରହରେ ସହଯୋଗ କରିଥିଲେ |