
-
ଅଳ୍ପକେ ବର୍ତିଲେ ବିଧାୟକ ଓ ତାଙ୍କ ସହଯୋଗୀ
ଭଦ୍ରକ,ଭଦ୍ରକ ବିଧାୟକ ସଞ୍ଜୀବ ମଲ୍ଲିକ ଆଜି ସକାଳେ ଭୁବନେଶ୍ୱରରୁ ଭଦ୍ରକ ଫେରୁଥିବା ବେଳେ ତାଙ୍କ କାର୍ କୁ ଏକ ଟ୍ରକ୍ ଯାଜପୁର ଜିଲ୍ଲା ଜାରକା ନିକଟରେ ଧକ୍କା ଦେଇଥିଲା । ଦୁର୍ଘଟଣାରେ ବିଧାୟକଙ୍କ କାର୍ ଟି ଭାଙ୍ଗିରୁଜି ଚୁରମାର୍ ହୋଇଯାଇଛି । ହେଲେ ବିଧାୟକ ଓ ତାଙ୍କ ସହଯୋଗୀଙ୍କ ସହ ଡ଼୍ରାଇଭର ସମ୍ପୂର୍ଣ୍ଣ ସୁରକ୍ଷିତ ରହିଛନ୍ତି । ଜାରକା ପୋଲିସ ଘଟଣାର ତଦନ୍ତ ଚଳାଇଛି ।