
କୈଳାଶ ଚନ୍ଦ୍ର ପଣ୍ଡା,ପୁରୀ
ପୁରୀ ରେ ହଜାର ହଜାର ଲୋକଙ୍କ ଜୀବନ ଜୀବିକା ଧ୍ବଂସ କରୁଥିବା ଓ ଧାର୍ମିକ କାର୍ଯ୍ୟ ରେ ବାଧା ସୃଷ୍ଟି କରୁଥିବା ତଥା ପର୍ଯ୍ୟଟକ ଓ ତୀର୍ଥଯାତ୍ରୀ ଙ୍କ ସ୍ୱାଧୀନତା ହରଣ କରୁଥିବା ବ୍ଲୁଫ୍ଲାଗ୍ ବିଚ୍ କୁ ବିରୋଧ କରି ସରକାର ଓ ପ୍ରଶାସନକୁ ଏହା ପୁରୀରେ ନକରିବାକୁ ଆଦେଶ ଦେଲେ ଜଗତଗୁରୁ ଶଙ୍କରାଚାର୍ଯ୍ୟ । ଶ୍ରୀ ଜଗନ୍ନାଥ ସେନା ଓ ପୁରୀ ବେଳାଭୂମି ସୁରକ୍ଷା ସମିତିର ମିଳିତ ଆନ୍ଦୋଳନ ଓ ପ୍ରତିନିଧି ମଣ୍ଡଳୀ ଙ୍କୁ ସମର୍ଥନ କରିଛନ୍ତି ପୂଜ୍ୟପାଦ ପୁରୀ ଗୋବରର୍ଦ୍ଧନ ପୀଠର ଜଗତଗୁରୁ ଶଙ୍କରାଚାର୍ଯ୍ୟ ନିଶ୍ଚଳାନନ୍ଦ ସରସ୍ବତୀ ଜୀ ।