ଗୌଡ଼ବାଡ଼ି ସାହି ସ୍ଥିତ ସୁଖଲତା ସ୍ମୃତି ବାଳିକା ସରକାରୀ ଉଚ୍ଚ ବିଦ୍ୟାଳୟକୁ ଓଡିଶା ସରକାରଙ୍କର 5T ଯୋଜନା ଅନ୍ତର୍ଭୁକ୍ତ ବିଦ୍ୟାଳୟ ରୂପାନ୍ତରିକରଣ କାର୍ଯ୍ୟକ୍ରମରେ ସାମିଲ କରାଯାଇଛି |ଉକ୍ତ କାର୍ଯ୍ୟର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରିବା ପାଇଁ ଜିଲ୍ଲାପାଳ ଶ୍ରୀଯୁକ୍ତ ସମର୍ଥ ବର୍ମା, ଜିଲ୍ଲା ଗ୍ରାମ୍ୟ ଉର୍ନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଧେଶକ ଶ୍ରୀଯୁକ୍ତ ଜ୍ୟୋତି ଶଙ୍କର ମହାପାତ୍ର, ଜିଲ୍ଲା ଶିକ୍ଷା ଅଧିକାରୀ ଡକ୍ଟର ବିଶ୍ୱଜିତ ଘୋଷ, ପୁରୀ ପୌର ସଂସ୍ଥାର ନିର୍ବାହୀ ଅଧିକାରୀ, ସଦର ବ୍ଲକ ଗୋଷ୍ଠୀ ଉର୍ନ୍ନୟନ ଅଧିକାରୀ ଙ୍କ ସମେତ ବହୁ ବରିଷ୍ଠ ଅଧିକାରୀ ବିଦ୍ୟାଳୟ ପରିଦର୍ଶନ କରିଥିଲେ |
ଉକ୍ତ କାର୍ଯ୍ୟର ସମୀକ୍ଷା କରିବା ସମୟରେ ବିଦ୍ୟାଳୟର ପରିସ୍ଥିତି ଓ ପରିବେଶକୁ ଅନୁଧ୍ୟାନ କରି କାର୍ଯ୍ୟକ୍ରମର ଅଗ୍ରଗତି ସହ ପିଲାମାନଙ୍କର ସଂଖ୍ୟାକୁ ଦୃଷ୍ଟିରେ ରଖି ୫ ଟି ଅତିରିକ୍ତ ଶ୍ରେଣୀ ଗୃହ ନିର୍ମାଣ ସହିତ ବିଦ୍ୟାର୍ଥୀ ମାନଙ୍କର ମଧ୍ୟାନ୍ନ ଭୋଜନ ପାଇଁ ଉପଯୁକ୍ତ ଭୋଜନ କକ୍ଷ ନିର୍ମାଣ ନିମନ୍ତେ ଜିଲ୍ଲା ପ୍ରକଳ୍ପ ନିର୍ଦ୍ଧେଶକ ଙ୍କୁ ତୁରନ୍ତ ପଦକ୍ଷେପ ନେବାପାଇଁ ପରାମର୍ଶ ଦେଇଥିଲେ |ଏଥିସହ ବିଦ୍ୟାଳୟର ପରିବେଶ ତଥା ପାଚେରୀ ସଂଲଗ୍ନ ରାସ୍ତାକୁ ଅବରୋଧ ମୁକ୍ତ କରିବା ନିମନ୍ତେ ପୌର ସଂସ୍ଥାର ନିର୍ବାହୀ ଅଧିକାରୀଙ୍କୁ ନିର୍ଦ୍ଧେଶ ଦେଇଥିଲେ |
ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ପ୍ରମୋଦ କୁମାର କର, ବିଦ୍ୟାଳୟ ପରିଚାଳନା ସମିତିର ସଭ୍ୟ ଶ୍ରୀଯୁକ୍ତ ବ୍ରଜ କିଶୋର ସାହୁ, ବିଦ୍ୟାଳୟ ଆଲୁମିନି ସଭ୍ୟ ତଥା “ଶିଶୁ ସମାଚାର “ର ସମ୍ପାଦକ ଶ୍ରୀଯୁକ୍ତ ସୁକାନ୍ତ ପଣ୍ଡା ପିଲାମାନଙ୍କର ବିଭିନ୍ନ ସମସ୍ୟା ସହ ମାନ୍ୟବର ଜିଲ୍ଲାପାଳଙ୍କ ସହ ଆଲୋଚନା କରିଥିଲେ |ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ |