ମାତ୍ର କେତେକ କ୍ଷେତ୍ରରେ ଅମୃତ ଭଣ୍ଡା, କଦଳୀ, ସଜନା ଓ ଆମ୍ବ ଅନ୍ୟ ଦୂର ସ୍ଥାନରୁ ଆଣିବା ତଥା ଚାରା ଅଭାବ ଦୃଷ୍ଟି କୋଣରୁ ଚଳିତ ବର୍ଷ ଉକ୍ତ ଚାରା ଅଭାବ ପୂରଣ କରିବା ପାଇଁ ଚିତ୍ରକୋଣ୍ଡା ତଥା ସ୍ୱାଭିମାନ ଅଞ୍ଚଳ ରେ ଚିହ୍ନଟ କରାଯାଇଥିବା ପରିବାରକୁ ଚାରା ଯୋଗାଇବା ନିମନ୍ତେ ମାଲକାନଗିରି ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ବିଭାଗର ଏପିଡି ବାଲାଜୀ ପଟ୍ଟନାୟକ ତଥା ଓଡିଶା ଜୀବିକା ମିଶନ ର ଜିଲା ପ୍ରକଳ୍ପ ପରିଚାଳକ ପବିତ୍ର ମୋହନ ବରୁଆଙ୍କ ମିଳିତ ନିଷ୍ପତ୍ତି ତଥା ଉଦ୍ୟମ ରେ ଚିତ୍ରକୋଣ୍ଡା ବିଡ଼ିଓ ରାହୁଲ ମଣ୍ଡଳଙ୍କ ସହଯୋଗରେ ଚିତ୍ରକୋଣ୍ଡା ଓଡିଶା ଜୀବିକା ମିଶନ ର ବିପିଏମ ପର୍ଶୁରାମ ବେହେରା ଓ ବିଏଲସି ସୋମନାଥ କୁମ୍ଭାରଙ୍କ ପରିଚାଳନା ରେ ବଡପଦର ପଞ୍ଚାୟତ ସାରିଆପାଲି ଗ୍ରାମର ତିନିଗୋଟି ସ୍ୱୟଂ ସହାୟକ ଗୋଷ୍ଠୀ ଯଥା -ମା ସନ୍ତୋଷୀ, ସେରାବାଲି ଓ ଲକ୍ଷ୍ମୀ ସ୍ୱୟଂ ସହାୟକ ଗୋଷ୍ଠୀର ବତିଶ ଜଣ ମହିଳା ଚିତ୍ରକୋଣ୍ଡା ବ୍ଲକ ଅନ୍ତର୍ଭୁକ୍ତ ବିଭିନ୍ନ ପଞ୍ଚାୟତ ଗାଁ ଗାଁକୁ ଚାରା ଯୋଗାଇବାକୁ ସାରିଆପାଲି ଠାରେ ବାର ହଜାର ପରିମାଣର ଅମୃତ ଭଣ୍ଡା, ସଜନା ଗଛର ନର୍ସରୀ ପ୍ରସ୍ତୁତ କରି ବ୍ଲକର ସମସ୍ତ ପରିବାର କୁ ଆବଶ୍ୟକ ମୂଲ୍ୟରେ ଯୋଗାଇବା ନିମନ୍ତେ ଉକ୍ତ ତିନିଗୋଟି ଗୋଷ୍ଠୀର ବତିଶ ଜଣ ମହିଳା ଅଣ୍ଟା ଭିଡ଼ିଛନ୍ତି ।
ଉକ୍ତ ଚାରା ପ୍ରସ୍ତୁତ କରିବା ପାଇଁ ତାଙ୍କୁ ଚିତ୍ରକୋଣ୍ଡା ଓଡିଶା ଜୀବିକା ମିଶନ ତରଫରୁ ସହାୟତା ଯୋଗାଇ ଦିଆଯାଉଛି । ଉକ୍ତ ଏସଏଚଜି ମହିଳା ଙ୍କୁ ବଡପଦର ପଞ୍ଚାୟତ ଏମ.ବି.କେ. ସୁବାରାଓ ବାଘଟିଆ ପୂର୍ଣ୍ଣ ସହଯୋଗ କରୁଛନ୍ତି ।ସେହିଭଳି ଚିତ୍ରକୋଣ୍ଡା ପଞ୍ଚାୟତ ରାଜଲ କୋଣ୍ଡା ଠାରେ ଦୁଇଟି ମହିଳା ଗୋଷ୍ଠୀ ଆମ୍ବ ଏବଂ କଦଳୀ ଚାରା ପ୍ରସ୍ତୁତ କରୁଛନ୍ତି ।