
ମହାମାରୀ ସମୟରେ ଅନାଥ ଶିଶୁମାନଙ୍କ ପାଇଁ ‘ଆଶୀର୍ବାଦ ଯୋଜାନା’ , ‘କାଳିଆ’ ଯୋଜନା ସହ ‘ମୋ ସରକାର’ କାର୍ଯ୍ୟକ୍ରମକୁ ଆଦି ସଂପର୍କରେ ସୂଚନା ଦେଇଥିଲେ । । କେନ୍ଦୁଝର ଜିଲ୍ଲାରେ କାନପୁର ପ୍ରକଳ୍ପକୁ ଦୁଇ ବର୍ଷ ମଧ୍ୟରେ ଶେଷ ହେବାର ଲକ୍ଷ୍ୟ ରଖାଯାଇଛି । କ୍ରୀଡା ଭିତିଭୂମିର ବିକାଶ ନିମନ୍ତେ ଓଡିଶାରେ ୧ ହଜାର କୋଟିରୁ ଅଧିକ ଟଙ୍କା ପୁଞ୍ଜି ନିବେଶ କରାଯାଉଛି । ରାଜ୍ୟରେ କ୍ରୀଡାବିତ୍ମାନଙ୍କୁ ଉନ୍ନତମାନର କ୍ରୀଡା ଭିତିଭୂମି ସୁନିଶ୍ଚିତ କରିବା ପାଇଁ ୬୯୩ କୋଟି ଟଙ୍କାର ବ୍ୟୟଅଟକଳରେ ୮୯ଟି ସହରରେ ଇନ୍ଡୋର ଷ୍ଟାଡିୟମ୍ ନିର୍ମାଣ ହେଉଥିବାବେଳେ ଆବଶ୍ୟକ ସ୍ଥଳେ ଏହାକୁ ବିପର୍ଯ୍ୟୟ ଆଶ୍ରୟସ୍ଥଳ ଭାବେ ମଧ୍ୟ ବ୍ୟବହାର କରାଯାଇପାରିବ । ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମ ଏବଂ ରାଉରକେଲାଠାରେ ଦେଶର ସର୍ବବୃହତ୍ ହକି ଷ୍ଟାଡିୟମ ନିର୍ମାଣ ସହିତ ଆଗାମୀ ୨୦୨୩ ହକି ବିଶ୍ୱକପ୍ ସଫଳତାର ସହ ବଡଧରଣର ଆୟୋଜନ ପାଇଁ ପ୍ରସ୍ତୁତି ଜାରି ରହିଛି । ନିକଟରେ ମାନ୍ୟବର ମୁଖ୍ୟମନ୍ତ୍ରୀ ୧ଲକ୍ଷ ୪୬ ହଜାର କୋଟି ମୂଲ୍ୟର ୫ଟି ଇସ୍ପାତ ଓ ଧାତବ ଶିଳ୍ପ ପ୍ରକଳ୍ପକୁ ମଞ୍ଜୁରୀ ଦେଇଛନ୍ତି । ଏହି ପ୍ରକଳ୍ପ ରାଜ୍ୟରେ ଇସ୍ପାତ ଉତ୍ପାଦନ ୫୮ନିୟୁତ ଟନକୁ ବୃଦ୍ଧି ପାଇବ ଓ ୨୭ ହଜାର ରୋଜଗାର ସୃଷ୍ଟି ହେବ ବୋଲି କହିଛନ୍ତି । ନିର୍ମାଣ ଶ୍ରମିକଙ୍କ ପାଇଁ ୩୮୫ କୋଟି ଟଙ୍କାର ସ୍ୱତନ୍ତ୍ର କୋଭିଡ୍ ସହାୟତା ପ୍ରଦାନ କରିଛନ୍ତି ମୁଖ୍ୟମନ୍ତ୍ରୀ । ମହାମାରୀ ସତ୍ୱେ ରାଜ୍ୟର ରାଜସ୍ୱ ଆଦାୟରେ ଉଲ୍ଲେଖନୀୟ ଅଭିବୃଦ୍ଧି ଘଟିଛି । ‘ମୋ ସ୍କୁଲ୍’ କାର୍ଯ୍ୟକ୍ରମ ମହତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି । ଲୋକଙ୍କ ପାଇଁ ପାନୀୟ ଜଳର ଗୁରୁତ୍ୱ ଦୃଷ୍ଟିରୁ ବଜେଟ୍କୁ ୨୦୦ କୋଟିରୁ ୪ ହାଜାର କୋଟିକୁ ବୃଦ୍ଧି କରାଯାଇଛି ।
କେନ୍ଦୁଝର ଜିଲ୍ଲାର ସବୁ ଘରକୁ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ପାଇଁ ମେଗା ପାନୀୟଜଳ ପ୍ରକଳ୍ପ କାର୍ଯ୍ୟ ଚାଲିଛି । ଯୋଡା ଓ ଚମ୍ପୁଆରେ ପ୍ରତି ଘରକୁ ବିଶୁଦ୍ଧ ପାନୀୟ ଜଳ ଯୋଗାଇବା ପାଇଁ ୧୦୩ କୋଟି ଟଙ୍କା ଟେଣ୍ଡରକୁ ଅନୁମୋଦନ ହୋଇଛି । ଉପନିର୍ଦ୍ଦେଶକ, ସୂଚନା ଓ ଲୋକ ସଂପର୍କ, କେନ୍ଦୁଝର ସଂଜୀବ ବାରିକ ସମାରୋହର ଧାରାବିବରଣୀ ପ୍ରଦାନ କରିବା ସହ କାର୍ଯ୍ୟକ୍ରମର ସଂଯୋଜନା କରିଥିଲେ । ସଂରକ୍ଷିତ ଆରକ୍ଷୀ ନିରୀକ୍ଷକ ବିମଳଚନ୍ଦ୍ର ରାଉତଙ୍କ ନେତୃତ୍ୱରେ ଆର୍ମଡ୍ ପୋଲିସ୍ ଫୋର୍ସ, ଗୃହରକ୍ଷୀ ବାହିନୀ ଏବଂ ପୋଲିସ୍ ବ୍ୟାଣ୍ଡ୍ ବାହିନୀ ରାଷ୍ଟ୍ରୀୟ ଧ୍ୱଜାକୁ ସମ୍ମାନ ଜଣାଇ ମୁଖ୍ୟ ଅତିଥିଙ୍କୁ ଅଭିବାଦନ ଜଣାଇଥିଲେ । ଏହି ସମାରୋହରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ କମଳିନୀ ପାତ୍ର,ଅତିରିକ୍ତ ଜିଲ୍ଲାପାଳ ସୁଷମା ବିଲୁଙ୍ଗ,ପିଡି ଡିଆରଡିଏ ବିଷ୍ଣୁପ୍ରସାଦ ଆଚାର୍ଯ୍ୟ,ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ବରଂଚି ପ୍ରସାଦ ଦେହୁରୀ,କେନ୍ଦୁଝର ଉପଜିଲ୍ଲାପାଳ ରାମଚନ୍ଦ୍ର କିସ୍କୁ,ଡିଏସ୍ପି ଡିଆଇବି ଇନ୍ଦୁରେଖା ପଶ୍ଚିମକବାଟ, ଡି.ଏସ୍.ପି.(ହେଡ୍କ୍ୱାଟରର୍ସ) ଜୟଶ୍ରୀ ପ୍ରଧାନ,ଡି.ଏସ୍.ପି. (ପିସିଆର ସେଲ୍) ପାସ୍କାଲ ଏକ୍କା,ଜିଲ୍ଲା ମୁଖ୍ୟ ଚିକିତ୍ସା ଏବଂ ଜନ ସ୍ୱାସ୍ଥ୍ୟ ଅଧିକାରୀ ଡାଃ ଅଶୋକ ଦାଶ ସମେତ ବିଭିନ୍ନ ବିଭାଗୀୟ ଅଧିକାରୀ,କୋଭିଡ୍ ଯୋଦ୍ଧା, ଗଣମାଧ୍ୟମର ପ୍ରତିନିଧି ଉପସ୍ଥିତ ଥିଲେ । ଏହି ସମାରୋହରେ ତିନି ଜଣ ଭିନ୍ନକ୍ଷମ ହିତାଧିକାରୀଙ୍କୁ ବ୍ୟାଟେରି ଚାଳିତ ହୁଇଲ୍ ଚେୟାର ବଂଟନ କରିଥିଲେ । କୋଭିଡ୍ ନିୟମାବଳୀ ତଥା ସରକାରଙ୍କ ମାର୍ଗଦର୍ଶିକା ଅନୁଯାୟୀ ଜିଲ୍ଲାସ୍ତରୀୟ ସ୍ୱାଧୀନତା ଦିବସ ସମାରୋହ ସମ୍ପାଦିତ ହୋଇଥିଲା ।