ସିଂହଦ୍ଵାର ସ୍ଥିତ ରାଧାବଲ୍ଲଭ ମଠ ପରିସରରେ ସମସ୍ତ ମଠର ସାଧୁସନ୍ଥମାନଙ୍କର ଏକ ସ୍ଵାସ୍ଥ୍ୟ ପରୀକ୍ଷା ଶିବିର ଓ କୋଭିଡ୍-୧୯ ଟୀକାକରଣ ସ୍ଵାଧୀନତା ଦିବସ ଅବସରରେ ଅଗଷ୍ଟ ୧୫ ତାରିଖ ଦିନ ଅନୁଷ୍ଠିତ ହୋଇ ଯାଇଅଛି। ଏଥିରେ ପୁରୀର ସମସ୍ତ ମଠର ସମସ୍ତ ସାଧୁସନ୍ଥମାନେ ସକାଳ ୯ ଘଟିକାରୁ ଉପସ୍ଥିତ ହୋଇ ନିଜ ନିଜର ସ୍ଵାସ୍ଥ୍ୟ ପରୀକ୍ଷା ସହିତ କୋଭିଡ୍ ଟୀକା ନେଇଥିଲେ। ଏଥିରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପୁରୀର ମୁଖ୍ୟ ଚିକିତ୍ସାଧିକାରୀଙ୍କ(CDMO) ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଟୀକାକରଣ କାର୍ଯ୍ୟ ସମ୍ପନ୍ନ କରାଯାଇଥିଲା।ଏଥି ସହିତ କଟକ ବାଙ୍କୀ ସ୍ଥିତ ସାଇ ସମର୍ଥ ହସ୍ପିଟାଲ ତରଫରୁ ସାଧୁସନ୍ଥମାନଙ୍କର ନିଃଶ୍ଳୁକ ସ୍ଵାସ୍ଥ୍ୟ ପରୀକ୍ଷା କରାଯାଇଥିଲା। ଏଥିରେ ମୁଖ୍ୟ ପରିଚାଳକ ଅବିନାଶ ସ୍ଵାଇଁଙ୍କ ତତ୍ତ୍ଵାବଧାନରେ ଶୃଙ୍ଖଳାର ସହିତ ସମାପନ ହୋଇଥିଲା ।