
ଚିତ୍ତରଞ୍ଜନ ଗନ୍ତାୟତ ଙ୍କ ରିପୋର୍ଟ ୭୫ତମ ସ୍ବାଧୀନତା ଦିବସ ଅବସରରେ ଜଗନ୍ନାଥ ପ୍ରସାଦ ବ୍ଲକ ଅନ୍ତର୍ଗତ ବହୁ ସରକାରୀ ଓ ବେସରକାରୀ ଅନୁଷ୍ଠାନମାନଙ୍କ ପକ୍ଷରୁ ସ୍ବାଧୀନତା ଦିବସ ପାଳିତ ହୋଇଯାଇଛି। ସ୍ଥାନୀୟ ସାମ୍ବାଦିକ ସଂଘ ପକ୍ଷରୁ ଆୟୋଜିତ ପତାକା ଉତ୍ତୋଳନ ଉତ୍ସବରେ ବନାଞ୍ଚଳ ଅଧିକାରୀ ଉମାକାନ୍ତ ଦାସ ମୁଖ୍ୟ ଆତିଥି ଭାବେ ଯୋଗ ଦେଇ ପତାକା ଉତ୍ତଳନ କରିଥିଲେ,ସଂଘ ଉପଦେଷ୍ଟା ପ୍ରଦୀପ କିଶୋର ଭୂୟାଁ ସମାନୀତ ଅତିଥିଭାବେ ଯୋଗ ଦେଇଥିବା ବେଳେ ସଭାପତି ଚନ୍ଦ୍ର କେତୁ ରାଉତ ଙ୍କ ସଭାପତିତ୍ବରେ ବିଭିନ୍ନ ଗଣମାଧ୍ୟମରେ କାର୍ଯ୍ୟରତ ସାମ୍ବାଦିକମାନେଯୋଗ ଦେଇଥିଲେ। କୋଭିଡ କଟକଣାକୁ ଦୃଷ୍ଟିରେ ରଖି ସାମ୍ବାଦିକ ଚିତ୍ତରଞ୍ଜନ ଗନ୍ତାୟତ, ମୂର୍ତ୍ତୁଞ୍ଜୟ ପଣ୍ଡା,ଧବଳେଶ୍ୱର ବେହେରା ଦିଗାମ୍ବର ନାୟକ,ଭାସ୍କର ନାୟକ,ପ୍ରଦୀପ ଚୌଧୁରୀ, ପଦ୍ମନିଧି ଚୌଧୁରୀ, ଉପସ୍ଥିତ ଥିଲେ, ସେହି ପରି ଜଗନ୍ନାଥ ପ୍ରସାଦ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ଡ଼ଃ ଦାସ କିରଣ କୁମାର ସଭାପତିତ୍ବ କରି ପତାକା ଉତ୍ତଳନ କରିବା ସହିତ ମେଡିକାଲ ଭିତରେ ଏବଂ ବାହାର ସଫାଈ କାର୍ଯ୍ୟକ୍ରମ ହୋଇଥିଲା, ଏହି କାର୍ଯ୍ୟକ୍ରମ ରେ ସମସ୍ତ କାର୍ଯରତ କର୍ମଚାରୀ ସଫେଇ କାର୍ଯ୍ୟ କ୍ରମ ରେ ଯୋଗ ଦେଇ ଥିଲେ,ଏବଂ 40ଜଣକୁ ସ୍ଵଛ ଭାରତଲିଖିତ ସାର୍ଟ, ଟୋପି ବଣ୍ଟା ଯାଇଥିଲା !