Related Stories
November 22, 2024
ଭୁବନେଶ୍ୱର, ପ୍ରଧାନମନ୍ତ୍ରୀ ମୋଦିଙ୍କ ତେୃତ୍ୱାଧିନ ମୋଦି ସରକାର ଓବିସି ସ୍ୱାର୍ଥର ପରିପନ୍ଥୀ ବୋଲି କଂଗ୍ରେସ ଅଭିଯୋଗ କରିଛି । କଂଗ୍ରେସ ଭବନରେ ଆୟୋଜିତ ସାମ୍ବାଦିକ ସମ୍ମଳଳୀରେ ଉଦ୍ବୋଧନ ଦେଇ ପିସିସି ଗଣମାଧ୍ୟମ ବିଭାଗ ଅଧ୍ୟକ୍ଷ ଗଣେଶ୍ୱର ବେହେରା କହିଛନ୍ତି ଯେ ବିଳମ୍ବିତ ନ୍ୟାୟ ହେଉଛି ବିଡ଼ମ୍ବିତ ନ୍ୟାୟ । କେନ୍ଦ୍ର ସରକାର ଦେଶ ଜନସଂଖ୍ୟାର ଅର୍ଦ୍ଧେକ ଓବିସି ବର୍ଗ ପ୍ରତି ଧାରାବାହିକ ଭାବେ ଅବହେଳା ପ୍ରଦର୍ଶନ କରିଚାଲିଛି । ତାଙ୍କ ଯୁକ୍ତିରେ ପ୍ରତିପାଦନ ପାଇଁ ସେ କରିଛନ୍ତି ଯେ ପାଲ୍ୟାମେଂଟରେ ସଦ୍ୟ ପାରିତ ୧୨୭ ତମ ସଂଶୋଧନ ବିଲ କେନ୍ଦ୍ର ସରକାରଙ୍କ ତୃଟିର ସଂଶୋଧନ ମାତ୍ର । ଏଥିରେ ଓବିସି ସ୍ୱାର୍ଥ ରକ୍ଷା କ୍ଷେତ୍ରରେ କୌଣସି ନୂଆ ପ୍ରାବଧାନ ନାହିଁ । ୧୦୨ତମ ସଂବିଧାନ ସଂଶୋଧନ କରି ରାଜ୍ୟମାନଙ୍କର କ୍ଷମତା ଅପହରଣ ଜନିତ ଯେଉଁ ପାପ କରିଥିଲେ ଏହା ତାହାର ପ୍ରାୟଶ୍ଚିତ ମାତ୍ର ।