ସ୍ବର୍ଗଦ୍ବାରରେ ଶବ ସତ୍କାର ଓ ମହୋଦଧିରେ ଅସ୍ଥି ବିସର୍ଜନ ନେଇ ଥିବା କଟକଣାକୁ ପ୍ରତ୍ୟାହାର କରାଯାଇଛି । ଆସନ୍ତା ୧୬ ତାରିଖରୁ ବାହାର ଜିଲ୍ଲା ଓ ରାଜ୍ୟର ବ୍ୟକ୍ତି ଅଣ କୋଭିଡରେ ମୃତ୍ୟୁ ବରଣ କରିଥିଲେ ସେମାନଙ୍କ ଶବ ସତ୍କାର ନିମନ୍ତେ ଅନୁମତି ମିଳିବ । ଏଥିପାଇଁ ଆବଶ୍ୟକୀୟ ପ୍ରମାଣପତ୍ର କାଉଣ୍ଟର ରେ ଦାଖଲ କରିବାକୁ ପଡିବ । ପ୍ରତି ଶବ ସତ୍କାର ବେଳେ ସର୍ବାଧିକ ୧୦ ଜଣ ଆତ୍ମୀୟ ସ୍ବଜନଙ୍କୁ ଉପସ୍ଥିତ ରହିବାକୁ ଅନୁମତି ମିଳିବ । ପୁରୀ ଜିଲ୍ଲା ଏବଂ ପୁରୀ ପୌରସଂସ୍ଥା ଅଞ୍ଚଳରେ କରୋନା ସଂକ୍ରମିତ ହ୍ରାସ ପାଇବାରୁ ପୂର୍ବରୁ ଯାରି କଟକଣା ପ୍ରତ୍ୟାହାର କରାଯାଇଛି । ଏଥିସହ ମାସ୍କ ବ୍ୟବହାର, ସାମାଜିକ ଦୂରତ୍ବ ରକ୍ଷା ଓ ଅନ୍ୟାନ୍ୟ କୋଭିଡ ନୀୟମ ଅନୁପାଳନ କଡାକଡି କରାଯାଇଛି । ଉପ- ଜିଲ୍ଲାପାଳ ତଥା ସ୍ବର୍ଗଦ୍ବାର ସେବା ସମିତିର ଆବାହକ ଶ୍ରୀ ଭବତାରଣ ସାହୁଙ୍କୁ ଉକ୍ତ ଆଦେଶର ତଦାରଖ ନିମନ୍ତେ ଜିଲ୍ଲାପାଳ ଶ୍ରୀ ସମର୍ଥ ବର୍ମା ନିର୍ଦ୍ଦେଶ ଦେଇଛନ୍ତି ।
Related Stories
November 23, 2024