ପୁରୀ,ଦତ୍ତତୋଟା, ଜଗନ୍ନାଥ ଲେନ୍ ନିବାସୀ ଶିଳ୍ପୀ ସୂର୍ଯ୍ୟକାନ୍ତ ଦାସ ଏହି ମୂର୍ତ୍ତିକୁ ୭୫ ତମ ସ୍ୱାଧୀନତା ଦିବସ ଉପଲକ୍ଷେ ତିଆରି କରିଛନ୍ତି । ଏହି ମୂର୍ତ୍ତିଟିକୁ ସେ ୨ ଦିସ୍ତା ଅଦରକାରୀ ବରକାଗଜ,ମଇଦା,ଅଠା ଏବଂ କଲର୍ ବ୍ୟବହାର କରି ତିଆରି କରିଛନ୍ତି । ଏହି ମୂର୍ତ୍ତିକୁ ଗଢିବା ପାଇଁ ତାଙ୍କୁ 8 ଘଣ୍ଟା ସମୟ ଲାଗିଥିଲା । ଏହି ମୂର୍ତ୍ତିର ଉଚ୍ଚତା ପ୍ରାୟ ୧୮ ଇଞ୍ଚ ଏବଂ ଓସାର ପ୍ରାୟ ୪ ଇଞ୍ଚ ହୋଇଛି । ଚନ୍ଦନ ହଜୁରୀ/ ଚାଖି ଖୁଣ୍ଟିଆ ପବିତ୍ର ଶାମ୍ବ ଦଶମୀ ଦିନରେ ଜନ୍ମ ଗ୍ରହଣ କରିଥିଲେ। ସେ 7 ଜାନୁୟାରୀ 1827 ମସିହା ଓଡିଶାର ପୁରୀ ଜିଲ୍ଲାରେ ଜନ୍ମ ଗ୍ରହଣ କରିଥିଲେ। ତାଙ୍କ ପିତାଙ୍କ ନାମ ରଘୁନାଥ ଖୁଣ୍ଟିଆ ଓ ମାତାଙ୍କ ନାମ କମଳାବତୀ ଥିଲା।
ପିଲାଟି ବେଳୁ ସେ ଓଡିଆ, ସଂସ୍କୃତ ଏବଂ ହିନ୍ଦୀ ସାହିତ୍ୟରେ ଅଗାଧ ପାଣ୍ଡିତ୍ଯ ଅର୍ଜନ କରିଥିଲେ, ଯାହାକି ତାଙ୍କୁ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ମନ୍ଦିରରେ ନିଜର ଦାୟିତ୍ବ ତୁଲାଇବାରେ ସାହାଯ୍ୟ କରିଥିଲା। ସେ କୁସ୍ତି ବିଦ୍ଯାରେ ପାରଙ୍ଗମ ଥିଲେ। ପରେ ସେ ଅନେକ ଯୁଦ୍ଧ ବିଦ୍ଯା ମଧ୍ୟ ଶିଖିଥିଲେ। ସେ ଜଗନ୍ନାଥଙ୍କ ମନ୍ଦିରର ପୂଜକ ଥିବା ସହିତ ଭଲ କବି ମଧ୍ୟ ଥିଲେ। 1857 ମସିହାରେ ଇଂରେଜ ସରକାରଙ୍କ ବିରୁଦ୍ଧରେ ସଂଗ୍ରାମ କରିବା ପାଇଁ ସେ ନିଜ ଜୀବନକୁ ଉତ୍ସର୍ଗ କରି ଦେଇଥିଲେ। 1870 ମସିହାରେ ସେ ବୀରଗତିକୁ ପ୍ରାପ୍ତି ହୋଇଥିଲେ। ୭୫ ତମ ସ୍ୱାଧୀନତା ଦିବସରେ ସମସ୍ତ ଭାରତ ବାସୀଙ୍କୁ ସେହି ବୀର ପୁରୁଷ ମାନଙ୍କ କଥା ମନେ ପକାଇବା ଉଦେଶ୍ୟରେ ଶିଳ୍ପୀ ସୂର୍ଯ୍ୟକାନ୍ତ ଦାସ ଏହାକୁ ବନାଇଵା ସହିତ ବାର୍ତ୍ତା ଦେଇଛନ୍ତି ଯେ ସେଇ ବୀରପୁରୁଷ ମାନଙ୍କ ପାଇଁ ଆମେ ଆଜି ସ୍ୱାଧୀନ ହୋଇପାରିଛୁ।