କୈଳାଶ ଚନ୍ଦ୍ର ପଣ୍ଡା,ପୁରୀ
ପ୍ରାୟ ୧୫ ବର୍ଷ ଧରି ବାଲୁକା କଳା କରିଆସୁଥିବା ପୁରୀର ବାସିନ୍ଦା ବାଲୁକା ଶିଳ୍ପୀ ସୁଚିତ୍ରା ମହାଶ୍ୱେତା । ଆଜି ମଧ୍ଯ ୭୫ ତମ ସ୍ୱାଧୀନତା ଦିବସ ଅବସରରେ ସ୍ୟାଣ୍ଡ ଆନିମେଶନ୍ ପ୍ରସ୍ତୁତ କରିଛନ୍ତି । ଏହି ବାଲୁକା କଳାରେ ଆମ ଭାରତୀୟ ଜାତୀୟ ପତାକାରେ ଆମ ଦେଶର ସୁଯୋଗ୍ୟ ସନ୍ତାନଗଣ ତଥା ସ୍ୱାଧୀନତା ସଂଗ୍ରାମୀମାନେ ସ୍ଥାନ ପାଇଛନ୍ତି।ଏହାକୁ ପ୍ରସ୍ତୁତ କରିବାକୁ ଶିଳ୍ପୀଙ୍କୁ ପ୍ରାୟ ୧ ଘଣ୍ଟା ସମୟ ଲାଗିଥିଲା। ଅନ୍ଯାୟ କୁ ନ ଡରି ତା’ର ସାମ୍ନା କରିବାକୁ ଚେ଼ଷ୍ଟା କରିବା ଉଚିତ୍ ବୋଲି ବାର୍ତ୍ତା ପ୍ରଦାନ କରିଛନ୍ତି । ଏହି ପବିତ୍ର ଦିବସରେ ଶିଳ୍ପୀ ସୁଚିତ୍ରା ସେହି ବୀର ମାନଙ୍କୁ କଳା ମାଧ୍ୟମରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ।