ପୁରୀ, ଆସନ୍ତା ୧୬ ତାରିଖ ଠାରୁ ସର୍ବସାଧାରଣ ପାଇଁ ଖୋଲିବ ସ୍ୱର୍ଗଦ୍ୱାର । ଏଣିକି ସ୍ୱର୍ଗଦ୍ୱାରରେ ଜିଲ୍ଲା ବାହାରର ଲୋକେ ସମ୍ପର୍କୀୟଙ୍କ ଶବ ସତ୍କାର କରିପାରିବେ । କୋଭିଡ଼୍ କଟକଣା ମଧ୍ୟରେ ଶବ ଦାହ ହେବ । ୧୦ ଜଣ ଉପସ୍ଥିତ ରହିପାରିବେ । ସେହିପରି ମୃତକଙ୍କ କୋଭିଡ଼୍ ନେଗେଟିଭ୍ ରିପୋର୍ଟକୁ ବାଧ୍ୟତାମୂଳକ କରାଯାଇଛି । ଶନିବାର ଓ ରବିବାର ସଟ୍ ଡାଉନ୍ ରେ ମଧ୍ୟ ଶବଦାହ ହୋଇପାରିବ । ପୁରୀ ଉପଜିଲ୍ଲାପାଳ ଭବତାରଣ ସାହୁ ଏନେଇ ସୂଚନା ଦେଇଛନ୍ତି ।
ଏଠାରେ ଉଲ୍ଲେଖଯୋଗ୍ୟ, କରୋନା କଟକଣା ପାଇଁ ପୂର୍ବରୁ କେବଳ ପୁରୀ ଜିଲ୍ଲାର ବାସିନ୍ଦା ମାନେ ସ୍ୱର୍ଗଦ୍ୱାରରେ ଶବ ଦାହ କରିପାରୁଥିଲେ । ଏବେ ଜିଲ୍ଲା ବାହାରର ଲୋକଙ୍କ ପାଇଁ ପୁଣି ଖୋଲିଛି ସ୍ୱର୍ଗଦ୍ୱାର ।