ମହିଳା ଉଦ୍ୟୋଗୀ ମାନଙ୍କୁ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ ସେମାନଙ୍କ ଦ୍ବାରା ତିଆରି ରାକ୍ଷୀ ଷ୍ଟଲ ଆଜି ଉଦଘାଟିତ ହୋଇଛି । ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦ୍ଦେଶକ ଶ୍ରୀ ଜ୍ୟୋତି ଶଙ୍କର ମହାପାତ୍ର ଏହାର ଉଦଘାଟନ କରିଛନ୍ତି । ଆଚାର୍ଯ୍ୟ ହରିହର ଛକ ଠାରେ ଥିବା ଡିଆରଡିଏ ମାର୍କେଟ କମ୍ପ୍ଲେକ୍ସରେ ଥିବା ଏହି ଷ୍ଟଲ ଆସନ୍ତା ୨୨ ତାରିଖ ପର୍ଯ୍ୟନ୍ତ ସକାଳ ୮ ରୁ ସନ୍ଧ୍ୟା ୮ ଘଟିକା ପର୍ଯ୍ୟନ୍ତ ଖୋଲା ରହିବ । ଏହି ଷ୍ଟଲରେ ପୁରୀ ଜିଲ୍ଲା ସହ ମୟୁରଭଞ୍ଜ, ଗଞ୍ଜାମ ଓ କେନ୍ଦ୍ରାପଡା ଇତ୍ୟାଦି ଜିଲ୍ଲାର ଏକକ ଆଧାରିତ ରାକ୍ଷୀକୁ ମଧ୍ୟ ପ୍ରଦର୍ଶିତ କରାଯିବ ।
ଏହାଦ୍ବାରା ବିଲୁପ୍ତ କଳାକୁ ସଂରକ୍ଷିତ ରଖିପାରିବା ସହ ଗ୍ରାମୀଣ କୁଶଳୀ କାରିଗର ମାନେ ମଧ୍ୟ ଆର୍ଥିକ ଦୃଷ୍ଟିରୁ ସ୍ବାବଲମ୍ବୀ ହୋଇପାରିବେ । ଏଥିନିମନ୍ତେ ଓରମାସ ଓ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ପକ୍ଷରୁ ଉକ୍ତ ଅଭିଯାନ ଆରମ୍ଭ କରାଯାଇଛି । ରଘୁରାଜପୁ୍ର ମା ତାରିଣୀ ସ୍ବୟଂ ସହାୟକ ଗୋଷ୍ଠୀକୁ ଷ୍ଟଲ ପରିଚାଳନା ଦାୟିତ୍ବ ଦିଆଯାଇଛି । ଏଥିରେ ପ୍ରାୟ ୫୦ ହଜାର ସାମଗ୍ରୀ ରଖାଯାଇ ପାରିବ ଓ ଏକ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବ୍ୟବସାୟ କରାଯାଇ ପାରିବ । ଏହାର ପ୍ରଚାର ଓ ପ୍ରସାର ନିମନ୍ତେ ଓରମାସ ପକ୍ଷରୁ ପଦକ୍ଷେପ ନିଆଯାଇଛି ।ଏହି ଅବସରରେ ଓରମାସ ମୁଖ୍ୟ ନିର୍ବାହୀ ଅଧିକାରୀ ଶ୍ରୀ ପ୍ରଶାନ୍ତ କୁମାର ଦାଶ, ବିଜୟ କୁମାର ଛାଟୋଇ ପ୍ରମୁଖ ଉପସ୍ଥିତ ଥିଲେ ।